କନକ ବ୍ୟୁରୋ: ମୟୂରଭଞ୍ଜ ଯଶିପୁର ଅବକାରୀ ଥାନାରେ ମହିଳାଙ୍କୁ ଥାର୍ଡ ଡିଗ୍ରି ଅଭିଯୋଗ । ଥାନା ପାଇଖାନାରେ ଆଦିବାସୀ ମହିଳାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଆଦିବାସୀ ମହିଳାଙ୍କୁ ଦେହରେ ମାଡ ମରାଯାଇଥିବା ନେଇ ଏକାଧିକ ଚିହ୍ନ ରହିଛି ।
ମହିଳାଙ୍କ ସମ୍ବେଦନଶୀଳ ସ୍ଥାନରେ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ଜଣେ ଆଦିବାସୀ ମହିଳା । ମହୁଲି ବିକିବା ଅଭିଯୋଗରେ ଅବକାରୀ ପୁଲିସ ମହିଳାଙ୍କ ଘରେ ଚଢ଼ାଉ କରିଥିଲା । ପରେ ତାଙ୍କୁ ଥାନା ହାଜତକୁ ନେଇ ମାଡ଼ ମରାଯାଇଥିଲା ବୋଲି ଲିଖିତ ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/26/28-2025-09-26-10-55-04.jpg)