କୋର୍ଟ ଚାଲାଣ ବେଳେ ଅଭିଯୁକ୍ତ ମୃତ, ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ

Advertisment

ସମ୍ବଲପୁର ହୀରାକୁଦ ଝାଙ୍କରପଡ଼ା ଅଞ୍ଚଳର ଦିଲ୍ଲୀପ ପ୍ରଧାନଙ୍କ ଗ୍ୟାରେଜରୁ ପାଣି ମୋଟର ଚୋରି ଅଭିଯୋଗରେ ଖ୍ରୀଷ୍ଟିଆନ ପଡ଼ାର କାଦିର ମହମ୍ମଦ ଶେଖଙ୍କୁ ହୀରାକୁଦ ଥାନା ପୁଲିସ ଗିରଫ କରିଥିଲା । କୋର୍ଟ ଚାଲାଣ ବେଳେ କାଦିରଙ୍କର ମୃତ୍ୟୁ ହୋଇଛି ।

ସମ୍ବଲପୁର ହୀରାକୁଦ ଝାଙ୍କରପଡ଼ା ଅଞ୍ଚଳର ଦିଲ୍ଲୀପ ପ୍ରଧାନଙ୍କ ଗ୍ୟାରେଜରୁ ପାଣି ମୋଟର ଚୋରି ଅଭିଯୋଗରେ ଖ୍ରୀଷ୍ଟିଆନ ପଡ଼ାର କାଦିର ମହମ୍ମଦ ଶେଖଙ୍କୁ ହୀରାକୁଦ ଥାନା ପୁଲିସ ଗିରଫ କରିଥିଲା । କୋର୍ଟ ଚାଲାଣ ବେଳେ କାଦିରଙ୍କର ମୃତ୍ୟୁ ହୋଇଛି ।

Third degree

Photograph: (KanakNews )

କନକ ବ୍ୟୁରୋ : ସମ୍ବଲପୁର ହୀରାକୁଦ ଝାଙ୍କରପଡ଼ା ଅଞ୍ଚଳର ଦିଲ୍ଲୀପ ପ୍ରଧାନଙ୍କ ଗ୍ୟାରେଜରୁ ପାଣି ମୋଟର ଚୋରି ଅଭିଯୋଗରେ ଖ୍ରୀଷ୍ଟିଆନ ପଡ଼ାର କାଦିର ମହମ୍ମଦ ଶେଖଙ୍କୁ ହୀରାକୁଦ ଥାନା ପୁଲିସ ଗିରଫ କରିଥିଲା । କୋର୍ଟ ଚାଲାଣ ବେଳେ କାଦିରଙ୍କର ମୃତ୍ୟୁ ହୋଇଛି । ହାଜତରେ କାଦିରଙ୍କୁ ଥାର୍ଡ ଡିଗ୍ରୀ ଯୋଗୁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ଲୋକ ହୀରାକୁଦ ଥାନା ଘେରିଥିଲେ । ଥାନାର ସିସିଟିଭି ଯାଞ୍ଚ ଓ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରାଯାଇଛି । 

ଏହି ମାମଲା ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି । ପୁଲିସ ମାଡ଼ରେ କାଦିରଙ୍କ ମୃତ୍ୟୁ ହୋଇଥିବା ଜାତୀୟ ମାନବାଧିକାର କମିଶନରେ ମାନବାଧିକାର କର୍ମୀ ଜୟନ୍ତ ଦାସ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଗ୍ରହଣ କରି କମିଶନ ରିପୋର୍ଟ ମାଗିଛନ୍ତି । ତେବେ ପୁଲିସ କହିଛି, କୋର୍ଟ ଚାଲାଣ ବେଳେ କାଦିର ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ପ୍ରଶ୍ନ ଉଠୁଛି, କାଦିରଙ୍କୁ କୋର୍ଟ ଚାଲାଣ ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ନଥିଲା କି? ତାଙ୍କ ପରିବାରକୁ ନ୍ୟାୟ ମିଳିବ ତ? ତେବେ ଏହି ଘଟଣାରେ ହୀରାକୁଦ ପୁଲିସ ସନ୍ଦେହ ଘେରକୁ ଆସିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe