ଜଗତସିଂହପୁରରେ ପୁଲିସର ଥାର୍ଡ ଡିଗ୍ରୀ ଅଭିଯୋଗ : ମାନବାଧିକାର କମିଶନଙ୍କ ନିକଟରେ ଫେରାଦ

Advertisment

ପୁଲିସର ଥାର୍ଡ ଡିଗ୍ରି ।  ଜଗତସିଂହପୁର ଜିଲ୍ଲା ସଦର ଥାନା ପୁଲିସ ବିରୋଧରେ ଆସିଛି ଏଭଳି  ସାଂଘାତିକ ଅଭିଯୋଗ ।  ଥାନା ଭିତରେ ଜଣେ ନାବାଳକ ଓ ତା’ର ମା’କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ପୁଲିସର ଥାର୍ଡ ଡିଗ୍ରି ।  ଜଗତସିଂହପୁର ଜିଲ୍ଲା ସଦର ଥାନା ପୁଲିସ ବିରୋଧରେ ଆସିଛି ଏଭଳି  ସାଂଘାତିକ ଅଭିଯୋଗ ।  ଥାନା ଭିତରେ ଜଣେ ନାବାଳକ ଓ ତା’ର ମା’କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି ।

MOTHER

Photograph: (KANAKNEWS)

କନକ ବ୍ୟୁରୋ : ପୁଲିସର ଥାର୍ଡ ଡିଗ୍ରି ।  ଜଗତସିଂହପୁର ଜିଲ୍ଲା ସଦର ଥାନା ପୁଲିସ ବିରୋଧରେ ଆସିଛି ଏଭଳି  ସାଂଘାତିକ ଅଭିଯୋଗ ।  ଥାନା ଭିତରେ ଜଣେ ନାବାଳକ ଓ ତା’ର ମା’କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି ।  ମହିଳାଙ୍କ ସ୍ବାମୀଙ୍କ ବିରୋଧରେ ଚୋରି ଏବଂ ବେଆଇନ୍ ବନ୍ଧୁକ ରଖିଥିବା ନେଇ ଅଭିଯୋଗ ହୋଇଥିଲା ।  ଏନେଇ ସଦର ପୁଲିସ, ସଂପୃକ୍ତ ବ୍ୟକ୍ତିଙ୍କ ନାବାଳକ ପୁଅକୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । 

ଅଧିକ ପଢନ୍ତୁ.... ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ନେଇ କଂଗ୍ରେସର ବିକ୍ଷୋଭ ; ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବାକୁ ଉଦ୍ୟମ

ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳକକୁ ସ୍କୁଲରୁ ଡକାଇ ପୁଲିସ ବେଲ୍ଟ ଓ ଜୋତାରେ ମାଡ଼ ମାରି ଆହତ କରିବା ସହ ତାଙ୍କ ମା’ଙ୍କୁ ମଧ୍ୟ ମାଡ଼ ମାରିଥିବା ନେଇ ମାନବାଧିକାର କମିଶନର ଓ ପୋଲିସ ଡିଜିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ।  ବାପା ଚୋରି କରିବା ଘଟଣାରେ ନାବାଳକ ପୁଅକୁ ପୁଲିସର ମାଡ଼ ମାରିବା ଓ ଧମକ ଦେବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ପୁଲିସର ଥାର୍ଡ ଡିଗ୍ରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏସ୍‌ଡିପିଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe