ବାଇକରେ ଆସିଲେ, ସୁନା ଚେନ୍ ଝାମ୍ପିଲେ: ଭୁବନେଶ୍ୱର କଳିଙ୍ଗ ବିହାର ଅଞ୍ଚଳରେ ବୟସ୍କ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଲେ ଲୁଟେରା

ବାଇକରେ ଆସିଲେ, ସୁନା ଚେନ୍ ଝାମ୍ପିନେଲେ। ଭୁବନେଶ୍ୱର କଳିଙ୍ଗ ବିହାର ଅଞ୍ଚଳରେ ଜଣେ ବୟସ୍କ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି ଲୁଟେରା। ପଲସର ବାଇକରେ ଆସି ବେକରୁ ଚେନ୍ ଲୁଟ୍ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ।

ijkjk

କନକ ବ୍ୟୁରୋ: ବାଇକରେ ଆସିଲେ, ସୁନା ଚେନ୍ ଝାମ୍ପିନେଲେ। ଭୁବନେଶ୍ୱର କଳିଙ୍ଗ ବିହାର ଅଞ୍ଚଳରେ ଜଣେ ବୟସ୍କ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟି ନେଇଛନ୍ତି ଲୁଟେରା। ପଲସର ବାଇକରେ ଆସି ବେକରୁ ଚେନ୍ ଲୁଟ୍ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଲୁଟ ସମୟର ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଛି। କଳିଙ୍ଗ ନଗର କେ-୪ ଅଞ୍ଚଳର ଜଣେ ମହିଳା ପ୍ରାତଃଭ୍ରମଣ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଏକ ପଲ୍‌ସର୍ ଗାଡ଼ିରେ ୨ଜଣ ଦୁର୍ବୃତ୍ତ ଗଳି ପାଖରେ ଛକି ରହିଥିଲେ। ବାଇକ୍ ଚଲାଉଥିବା ଯୁବକ ଜଣକ ଗାଡ଼ିକୁ ଷ୍ଟାର୍ଟରେ ରଖିଥିଲା ବେଳେ ଅନ୍ୟ ଜଣେ ରାସ୍ତାରେ ଠିଆହୋଇ ରହିଥିଲା। ମହିଳା ଗଳିକୁ ବୁଲିବା ମାତ୍ରେ ରାସ୍ତାରେ ଛିଡ଼ା ହୋଇଥିବା ଯୁବକ ତାଙ୍କ ବେକରୁ ଚେନ୍ ଝାମ୍ପି ନେଇଥିଲା। ପରେ ଉଭୟ ବାଇକ୍‌ରେ ବସି ଫେରାର ହୋଇଯାଇଥିଲେ। ସିସିଟିଭି ଫୁଟେଜ୍‌ରେ ଚେନ୍ ଝିଙ୍କୁଥିବା ଦୁର୍ବୃତ୍ତର ମୁହଁ ସ୍ପଷ୍ଟ ଭାବେ ଦେଖାଯାଉଛି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିଲା ବେଳେ ତମାଣ୍ଡୋ ଥାନା ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe