ଚୋର ଚୋରୀ କରିବା ପୂର୍ବରୁ କ’ଣ ଭାବୁଥିବେ ? ଆଜି କେଉଁ ଘରୁ ଚୋରୀ କରିବି .. ଧରାପଡ଼ିଲେ ଲୋକଙ୍କୁ ଚାକୁ , ଛୁରୀ ଦେଖାଇବି ନହେଲେ ଏମିତି ଦୌଡ଼ିବିଯେ କାହା ହାତରେ ହିଁ ଆସିବିନି । ଏହାହିଁ ଭାବୁଥିବେ ନା ଅନ୍ୟ କିଛି .. ଆପଣ ଭାବୁଥିବେ ଖବର ଲେଖୁଥିବା ଲୋକଟି ବୋଧହୁଏ କାହାଘରେ ଚୋରୀ କରିବ ନହେଲେ ଏମିତି ଅବାନ୍ତର ପ୍ରଶ୍ନ କାହିଁକି ପଚାରନ୍ତା । ନାହିଁ ଆଜ୍ଞା ଏସବୁ ପ୍ରଶ୍ନ କରିବାର କାରଣ ଏବେ ଯେଉଁ ଖବର ବିଷୟରେ ଆମେ ଆପଣଙ୍କୁ ସୂଚିତ କରାଇବୁ ତାହା ପଢିଲେ ଆପଣ ବି କହିବେ ବାଃ ଚୋର ବି ଏମିତି ଥାଆନ୍ତି । 

Advertisment
thief
thief Photograph: (google)

ରାଜସ୍ଥାନର ଅଜମେରରୁ ଏକ ଅଦ୍ଭୁତ ଚୋରି ମାମଲା ସାମ୍ନାକୁ ଆସିଛି । ଏଠାରେ ଚୋରମାନେ ଚୋରି କରିବା ପୂର୍ବରୁ ମନ୍ଦିରକୁ ଯାଇ ପ୍ରଥମେ ଠାକୁରଙ୍କଠାରୁ ଆଶିର୍ବାଦ ନେଲେ , ମାନସିକ କଲେ । ଚୋରି କରିବା ପରେ ଏକ ଲକ୍ଷ ଟଙ୍କା ଦାନହୁଣ୍ଡିରେ ଦାନ କରିବାକୁ ମଧ୍ୟ ମନସ୍ଥ କଲେ । ତା’ପରେ ନିଜ କଥା ଅନୁସାରେ, ଚୋରି କରିବା ପରେ ଚୋରମାନେ ମନ୍ଦିରରେ ଏକ ଲକ୍ଷ ଟଙ୍କା ଦାନ ମଧ୍ୟ କରିଥିଲେ ଏବଂ ୫୦ ହଜାର ଟଙ୍କାର ପ୍ରସାଦ ବାଣ୍ଟିଥିଲେ । ହେଲେ ଭାଗ୍ୟ ଖରାପ ପଡ଼ିଲା ପୋଲିସ ଏହି ଚୋରମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କଲା ।

chor
chor Photograph: (google)

ଘଟଣାଟି କିଛି ଏମିତି , ଅଜମେରର ବାସିନ୍ଦା କହ୍ନେୟା ଲାଲ ଓରଫ କାନା, ମହେନ୍ଦ୍ର ଏବଂ ହନୁମାନ ରେଗର ମିଶି ଏକ ଦୋକାନରେ ଚୋରି କରିଥିଲେ । ଏହି ଚୋରମାନେ ଦୋକାନରେ ରଖାଯାଇଥିବା ୧୨ ଲକ୍ଷ ଟଙ୍କା ଚୋରି କରି ଫେରାର ହୋଇଯାଇଥିଲେ। ତେବେ ରୋଚକ କଥା ହେଉଛି ଚୋରି କରିବା ପୂର୍ବରୁ ଚୋରମାନେ ପ୍ରଥମେ ମନ୍ଦିରକୁ ଯାଇ ପ୍ରାର୍ଥନା କରିଥିଲେ । ଭଗବାନଙ୍କୁ ପ୍ରାର୍ଥନା କରି ଚୋର କହିଥିଲେ ଯେ ଯଦି ଚୋରିରେ ଭଲ ଟଙ୍କା ମିଳେ ତେବେ ମନ୍ଦିରରେ ଏକ ଲକ୍ଷ ଟଙ୍କାର ଦାନ କରିବେ । ଏହା ସହିତ ପ୍ରସାଦ ମଧ୍ୟ ଚଢାଇବେ । ଚୋରିରେ ସଫଳ ହେବା ପରେ ଚୋରମାନେ ସଚ୍ଚୋଟତା ଦେଖାଇଥିଲେ ।

Thief 123
Thief 123 Photograph: (google)

ମନ୍ଦିରରେ ଏକ ଲକ୍ଷ ଟଙ୍କା ଦାନ କରିବା ସହ ୫୦ ହଜାର ଟଙ୍କା ଖର୍ଚ୍ଚ କରି ଭଣ୍ଡାରା କରାଇଥିଲେ ଚୋର । କିନ୍ତୁ ଏହା ପରେ ତିନି ଅଭିଯୁକ୍ତ ଫେରାର ହେବାକୁ ଚେଷ୍ଟା କରୁଥିଲେ । କିନ୍ତୁ ପୋଲିସ ସେମାନଙ୍କୁ ଧରି ନେଇଥିଲା। ତେବେ ପୋଲିସ ଟିମ୍ ଚୋରମାନଙ୍କୁ ଖୋଜିବା ପାଇଁ ୯୦୦ କିଲୋମିଟର ପର୍ଯ୍ୟନ୍ତ ପିଛା କରିଥିଲା ବୋଲି ସୂଚନା ମିଳୁଛି । ଏହା ସହ ଏ ଚୋରମାନଙ୍କୁ ଧରିବା ପାଇଁ ୨୦୦ ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା ପୁଲିସ୍ । ଯାହା ପରେ ପୋଲିସ ତିନି ଜଣ ଚୋରଙ୍କୁ ଗିରଫ କରିଛି ।