କନକ ବ୍ୟୁରୋ : ସିସିଟିଭି ଦେଖି ଡରିଗଲା ଚୋର । ବାଇକ୍ ଚୋରୀ କରିବା ସମୟରେ ସିସିଟିଭି ଦେଖି ଡରିଗଲା ଚୋର । ବାରିକ୍ ର ଚାବି ଖୋଲିସାରି ହଠାତ୍ ସିସିଟିଭି କ୍ୟାମେରା ଉପରେ ନଜର ପଡିବା ପରେ ଭୟରେ ଘଟଣା ସ୍ଥଳରୁ ଚମ୍ପଟ ମାରିଲା ଚୋର । ଯାହାର ପୁରା ଦୃଶ୍ୟ କଏଦ୍ ହୋଇଛି ସିସିଟିଭି କ୍ୟାମେରାରେ । ଏଭଳି ଘଟଣା ଘଟିଛି ବାରିପଦା ସହରର ଟାଉନ ଥାନା ଅଞ୍ଚଳର ଟ୍ରାଫିକ୍ ଛକ ନିକଟରେ  । 

Advertisment

ବାରିପଦା ଲାଲବଜାରରେ ରହୁଥିବା ଆଶିଷ କୁମାର ଦେୟ ଘରେ ଜଣେ ଯୁବକ ଚାଲି ଚାଲି ଆସି ବାଇକ୍ ଟିକୁ ଦେଖି ନେଇଯିବାକୁ ଚେଷ୍ଟା କରିଥିଲା । ଦୁଇ ମିନିଟ ମଧ୍ୟରେ କୌଶଳ କରି ହେଣ୍ଡେଲ୍ ଲକ୍ ଖୋଲି ବାଇକ୍ ଟିକୁ ନେବା ସମୟରେ ଘର ସାମ୍ନାରେ ଲାଗିଥିବା ସିସିଟିଭି ଉପରେ ଚୋରର ନଜର ପଡିଥିଲା । ଏବଂ କ୍ୟାମେରା ଦେଖିବା ମାତ୍ରେ ହଠାତ୍ ବାଇକ୍ ଛାଡିଦେଇ ଘଟଣା ସ୍ଥଳରୁ ଖସିଜିଥିଲା ଚୋର ।