ସିସିଟିଭିରେ ଶାଢ଼ୀ ଗୁଡ଼େଇ କଳାକନା ବୁଲାଇଲେ ଚୋର; ଲୁଟିନେଲେ ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

Advertisment

ଲୁଟେରାମାନେ ଘର ମୁଖ୍ୟ କବାଟ ତାଲା ଭାଙ୍ଗି ଘରେ ପଶିବା ସହିତ ଘର ଭିତରେ ଥିବା ଗଡ଼ରେଜ ଏବଂ ଆଲମାରୀ ଭାଙ୍ଗି ସେଥିରେ ଥିବା ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଛନ୍ତି ।

ଲୁଟେରାମାନେ ଘର ମୁଖ୍ୟ କବାଟ ତାଲା ଭାଙ୍ଗି ଘରେ ପଶିବା ସହିତ ଘର ଭିତରେ ଥିବା ଗଡ଼ରେଜ ଏବଂ ଆଲମାରୀ ଭାଙ୍ଗି ସେଥିରେ ଥିବା ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଛନ୍ତି ।

Loot 1

କନକ ବ୍ୟୁରୋ : କବାଟ ତାଲା ଭାଙ୍ଗି ଘରେ ପଶିଲେ, ଶୁଖୁଥିବା ଶାଢ଼ୀକୁ ନିଜେ ଢାଙ୍କି ହୋଇ ଘର ଭିତରକୁ ଗଲା । ବାଡ଼ିରେ ଶାଢୀକୁ ସିସିଟିଭିରେ ଢାଙ୍କି ଘରେ ବୁଲାଇଲେ କଳାକନା । ଉଦଳା ଥାନା ଏନଏସି ୪ ନମ୍ବର ୱାର୍ଡରେ ହୋଇଛି ଲୁଟ । ଶିକ୍ଷକ ଦୈତାରୀ ବିନ୍ଧାଣୀ ମେଡିକାଲ କାମରେ ବାଲେଶ୍ୱର ଯାଇଥିବା ବେଳେ ଆଜି ସକାଳେ ଘରେ ପହଂଚିଥିବା ବେଳେ ଘରୁ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ ।

ଲୁଟେରାମାନେ ଘର ମୁଖ୍ୟ କବାଟ ତାଲା ଭାଙ୍ଗି ଘରେ ପଶିବା ସହିତ ଘର ଭିତରେ ଥିବା ଗଡ଼ରେଜ ଏବଂ ଆଲମାରୀ ଭାଙ୍ଗି ସେଥିରେ ଥିବା ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଛନ୍ତି । ଦୁର୍ବୃତ୍ତମାନେ ସିସିଟିଭି ନଜରରୁ ବଞ୍ଚିବା ପାଇଁ ଘର ଭିତରେ ଥିବା ସିସିଟିଭିରେ ଶାଢ଼ୀ ପକାଇ ଲୁଟ କରିଛନ୍ତି । ଏହା ସହିତ ଘର ବାହାରେ ଥିବା ଗୋଟିଏ ସିସିଟିଭି ଭାଙ୍ଗିବା ସହିତ ଦୁଇ ଗୋଟି ସିସିଟିଭି ବୁଲାଇ ଦେଇଛନ୍ତି । ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଉଦଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe