କନକ ବ୍ୟୁରୋ : କବାଟ ତାଲା ଭାଙ୍ଗି ଘରେ ପଶିଲେ, ଶୁଖୁଥିବା ଶାଢ଼ୀକୁ ନିଜେ ଢାଙ୍କି ହୋଇ ଘର ଭିତରକୁ ଗଲା । ବାଡ଼ିରେ ଶାଢୀକୁ ସିସିଟିଭିରେ ଢାଙ୍କି ଘରେ ବୁଲାଇଲେ କଳାକନା । ଉଦଳା ଥାନା ଏନଏସି ୪ ନମ୍ବର ୱାର୍ଡରେ ହୋଇଛି ଲୁଟ । ଶିକ୍ଷକ ଦୈତାରୀ ବିନ୍ଧାଣୀ ମେଡିକାଲ କାମରେ ବାଲେଶ୍ୱର ଯାଇଥିବା ବେଳେ ଆଜି ସକାଳେ ଘରେ ପହଂଚିଥିବା ବେଳେ ଘରୁ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ ।
ଲୁଟେରାମାନେ ଘର ମୁଖ୍ୟ କବାଟ ତାଲା ଭାଙ୍ଗି ଘରେ ପଶିବା ସହିତ ଘର ଭିତରେ ଥିବା ଗଡ଼ରେଜ ଏବଂ ଆଲମାରୀ ଭାଙ୍ଗି ସେଥିରେ ଥିବା ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଛନ୍ତି । ଦୁର୍ବୃତ୍ତମାନେ ସିସିଟିଭି ନଜରରୁ ବଞ୍ଚିବା ପାଇଁ ଘର ଭିତରେ ଥିବା ସିସିଟିଭିରେ ଶାଢ଼ୀ ପକାଇ ଲୁଟ କରିଛନ୍ତି । ଏହା ସହିତ ଘର ବାହାରେ ଥିବା ଗୋଟିଏ ସିସିଟିଭି ଭାଙ୍ଗିବା ସହିତ ଦୁଇ ଗୋଟି ସିସିଟିଭି ବୁଲାଇ ଦେଇଛନ୍ତି । ଏ ନେଇ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଉଦଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/BK6joofu9TnN4obJEjrG.jpg)