ଚୋରି ଉପରେ ପ୍ରବଚନ ଦେଉଥିଲା ଚୋର: ରାଜଧାନୀରୁ ଭଦ୍ର ମୁଖା ପିନ୍ଧା ଚୋରକୁ ଗିରଫ କଲା ପୁଲିସ

ଅଭିଯୁକ୍ତ ହେଉଛି ମନୋଜ କୁମାର ସିଂ । ଦିନରେ ପ୍ରବଚନ ଦିଏ ଆଉ ରାତିରେ ଚୋରି କରେ । ତା ନାଁରେ ୧୦ରୁ ଅଧିକ ମାମଲା ରହିଛି । ରାଜଧାନୀର ନୟାପଲ୍ଲୀ, ତମାଣ୍ଡୋ ଆଦି ଅଞ୍ଚଳରେ ଅନେକ ମାମଲାରେ ରହିଥିଲା ମୋଷ୍ଟ ୱାଣ୍ଟେଡ ।

17

Photograph: (KANAK NEWS)

କନକ ବ୍ୟୁରୋ: ଚୋରି ଉପରେ ପ୍ରବଚନ ଦେଉଥିଲା ଚୋର । ‘ଚେଞ୍ଜ ୟୋର ଲାଇଫ’ ଚ୍ୟାନେଲ ଖୋଲି ଲୋକଙ୍କୁ ବୁଝାଉଥିଲା । ଅପରାଧ ରୋକିବାକୁ ଲୋକଙ୍କୁ କହୁଥିଲା । ଭଦ୍ରମୁଖା ପିନ୍ଧା ଏହି ଚୋରକୁ ଗିରଫ କରିଛି କମିସନରେଟ ପୁଲିସ । ଅଭିଯୁକ୍ତ ହେଉଛି ମନୋଜ କୁମାର ସିଂ । ଦିନରେ ପ୍ରବଚନ ଦିଏ ଆଉ ରାତିରେ ଚୋରି କରେ । ତା ନାଁରେ ୧୦ରୁ ଅଧିକ ମାମଲା ରହିଛି । ରାଜଧାନୀର ନୟାପଲ୍ଲୀ, ତମାଣ୍ଡୋ ଆଦି ଅଞ୍ଚଳରେ ଅନେକ ମାମଲାରେ ରହିଥିଲା ମୋଷ୍ଟ ୱାଣ୍ଟେଡ । ଭରତପୁର ଥାନା ଅଞ୍ଚଳରୁ ଗତ ୧୪ ଅଗଷ୍ଟରେ ୨୦୦ ଗ୍ରାମ ସୁନା ଲୁଟି ନେଇଥିଲା ଏହି ଅଭିଯୁକ୍ତ । ତା ପାଖରୁ ୨୦୦ ଗ୍ରାମ ସୁନା ଗହଣା ଓ ୧ ଲକ୍ଷ ଟଙ୍କା ଜବତ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe