କନକ ବ୍ୟୁରୋ : ଜଣାଶୁଣା ଆମେରିକୀୟ ଆନାଲିଷ୍ଟ ତଥା ଭାରତୀୟ ବଂଶୋଦ୍ଭବ ଆସଲେ ଟେଲିସ୍ ଗିରଫ । ଗୁଇନ୍ଦା ତଥ୍ୟ ଚୋରି ଅଭିଯୋଗରେ ଆସ୍ଲେଙ୍କୁ ଗିରଫ କରିଛି ଆମେରିକା ଗୁଇନ୍ଦା ସଂସ୍ଥା । ଆମେରିକାର ଜାତୀୟ ସୁରକ୍ଷା ସମ୍ପର୍କିତ ଫାଇଲ୍ ଚାଇନାକୁ ହସ୍ତାନ୍ତର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ, ଆସ୍ଲେଙ୍କ ଭର୍ଜିନିଆ ସ୍ଥିତ ଘରୁ ହଜାରେ ପୃଷ୍ଠାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଜବତ ହୋଇଛି । ଏହି ସବୁ ତଥ୍ୟ ଆମେରିକାର ଜାତୀୟ ସୁରକ୍ଷା ସମ୍ପର୍କର ଗୁରୁତ୍ବପୂର୍ଣ୍ଣ ତଥ୍ୟ । ବେଆଇନ୍ ଭାବେ ଏ ତଥ୍ୟ ଟେଲିସ୍ ହାତେଇଥିବା ଅଭିଯୋଗ ହୋଇଛି । ନିକଟରେ ସେ ଚାଇନା ଅଧିକାରୀଙ୍କ ସହ ବୈଠକ କରିଥିବାରୁ ବଢ଼ିଥିଲା ସନ୍ଦେହ । ଆସଲେ ଟେଲିସ୍ ଜଣେ ଦକ୍ଷ ରାଜନୈତିଜ୍ଞ । ଦୀର୍ଘ ବର୍ଷ ଧରି ଦକ୍ଷିଣ ଏସୀୟ ଦେଶ ଗୁଡ଼ିକର ରାଜନୀତି ବିଶେଷଜ୍ଞ ଭାବେ କାମ କରି ଆସୁଛନ୍ତି ।