କନକ ବ୍ୟୁରୋ: ଜାତୀୟ ମହିଳା କମିସନଙ୍କ ନାଁ ନେଇ ଠକୁଥିଲେ। ମିଛ ମହିଳା କମିସନଙ୍କ ବୋର୍ଡ ଲଗାଇ ଲୋକଙ୍କୁ ଚୁନା ଲଗାଇ ଚାଲିଥିଲେ। ଶେଷରେ ଭୁବନେଶ୍ବରରୁ ଧରାପଡିଲେ ହରଆଣାର ଦୁଇ ଅଭିଯୁକ୍ତ । ଅଭିଯୁକ୍ତ ହେଲେ ମହିନ୍ଦର ସିଂ ଏବଂ ଚୌଧୁରୀ ରିଙ୍କୁ ସାଇନି । ଏ ସମସ୍ତେ ହରିୟାଣାର । ଭୁବନେଶ୍ବର ମୈତ୍ରୀ ବିହାର ଥାନାରେ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ହରିୟାଣା ପୁଲିସ ସହିତ ଯୋଗାଯୋଗ ପରେ, ପୂରା ଘଟଣା ସାମ୍ନାକୁ ଆସିଥିଲା। ଏହି ଦୁଇ ଠକ ମିଛ ଲେଟର ଜରିଆରେ ଅନେକ ଲୋକଙ୍କ ଠାରୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ପ୍ରକାରର ପ୍ରୋଜେକ୍ଟ ଏବଂ କାମ କରାଇ ଦେବା ନାଁରେ ଓଡିଶାର ବିଭିନ୍ନ ସ୍ଥାନ ବୁଲି ବୁଲି ଲୁଟି ଚାଲିଥିଲେ।
ଜାତୀୟ ମହିଳା କମିସନଙ୍କ ନାଁ ନେଇ ଠକୁଥିଲେ: ଭୁବନେଶ୍ବରରୁ ଧରାପଡିଲେ ହରିଆଣାର ୨ ଅଭିଯୁକ୍ତ
Advertisment
Follow Us