ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କ ଦାଦାଗିରି, ମହିଳା ସାମ୍ବାଦିକାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଛଡ଼ାଇନେଲେ କ୍ୟାମେରା ଓ ମୋବାଇଲ୍ । ସିଂହଦ୍ବାର ଥାନାରେ ଏତଲା ଦେଲେ ସାମ୍ବାଦିକ ।

ଶ୍ରୀମନ୍ଦିରରେ ସେବାୟତଙ୍କ ଦାଦାଗିରି

ଶ୍ରୀମନ୍ଦିରରେ ସେବାୟତଙ୍କ ଦାଦାଗିରି Photograph: (kanakNews)

କନକ ବ୍ୟୁରୋ: ପୁରୀରେ ଶ୍ରୀମନ୍ଦିର ସେବାୟତଙ୍କ ଦାଦାଗିରି। ଗଣମାଧ୍ୟମର ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ସେବାୟତ । ସିଂହଦ୍ଵାର ସମ୍ମୁଖରେ ସେବାୟତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ମହିଳା ସାମ୍ବାଦିକା । ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜଣେ କ୍ୟାମେରା ମ୍ୟାନ ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରାୟ ୧୦ରୁ ଅଧିକ ସେବାୟତ ଏହି ଘଟଣାରେ ସମ୍ପୃକ୍ତ ଥିବା ଦେଖିବାକୁ ମିଳିଛି ।

ଜଣେ ମହିଳା ସାମ୍ବାଦିକାଙ୍କ ସହ‌ ଅନ୍ୟ ଗଣମାଧ୍ୟମର ପ୍ରତିନିଧି ଓ କ୍ୟାମେରା ମ୍ୟାନ ମାନଙ୍କୁ କିଭଳି ଭାବେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ଟଙ୍କା ନେଇ ଭକ୍ତ ମାନଙ୍କୁ ଛାଡୁଥିବା ଅଭିଯୋଗ କରିଥିଲେ ଭକ୍ତ । ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯାହାକୁ ନେଇ ଆଜି ଗଣମାଧ୍ୟମକୁ ଆକ୍ରମଣ କରିଥିଲେ ସେବାୟତ । ଏହି ଘଟଣାରେ ସାମ୍ବାଦିକ ମାନଙ୍କ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe