ଝିଅ ବୋଲି ବିକି ଦେଲେ... ଦାମ୍ ମାତ୍ର ୪୦ ହଜାର ଟଙ୍କା

ରାଜଧାନୀରେ ପିଲା ବିକ୍ରି ରାକେଟର ପର୍ଦ୍ଦାଫାସ । ୪ ବର୍ଷର ଶିଶୁକନ୍ୟାକୁ ବିକ୍ରି କରିବାକୁ ଡିଲ୍ ହେଉଥିବା ବେଳର ଏକ୍ସକ୍ଲୁସିଭ୍ ଖବର କନକ ନ୍ୟୁଜ୍ ହାତରେ ଲାଗିଛି । ବିହାରର ଏକ ଦମ୍ପତି ୪୦ ହଜାର ଟଙ୍କାରେ ପିଲାଟିକୁ ବିକ୍ରି କରିଥିଲେ ।

efef

କନକ ବ୍ୟୁରୋ: ରାଜଧାନୀରେ ପିଲା ବିକ୍ରି ରାକେଟର ପର୍ଦ୍ଦାଫାସ। ୪ ବର୍ଷର ଶିଶୁକନ୍ୟାକୁ ବିକ୍ରି କରିବାକୁ ଡିଲ୍ ହେଉଥିବା ବେଳର ଏକ୍ସକ୍ଲୁସିଭ୍ ଖବର କନକ ନ୍ୟୁଜ୍ ହାତରେ ଲାଗିଛି । ବିହାରର ଏକ ଦମ୍ପତି ୪୦ ହଜାର ଟଙ୍କାରେ ପିଲାଟିକୁ ବିକ୍ରି କରିଥିଲେ। ୪ ବର୍ଷର ଶିଶୁକନ୍ୟାକୁ ଉଦ୍ଧାର କରିଛି ବଡ଼ଗଡ଼ ଥାନା ପୋଲିସ।

ରାଜଧାନୀରେ ମାତିଛନ୍ତି ଛୁଆ ବିକ୍ରି ଦଲାଲ । ଗରିବ ଦମ୍ପତିଙ୍କ ବ୍ରେନ ୱାସ କରି ନେଇ ଯାଉଛନ୍ତି ଛୁଆ । ଆଉ ଯଦି ଝିଅ ହେଲା ତ କଥା ସରିଲା । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ରାଜଧାନୀ ଛାତିରେ ଛୁଆ ହେଉଛି ମାତ୍ର ୪୦ ହଜାରରେ । ଧ୍ରୁତ ଦଲାଲମାନେ ଏତେ ଚାଲାକ ଯେ ସେମାନେ ବି ସ୍ୱାମୀ ସ୍ତ୍ରୀ ବେଶରେ ବୁଲୁଛନ୍ତି । ଯେ କେହି ଦେଖିବ ତାର କୌଣସି ସନ୍ଦେହ ଯେମିତି ହେବ ନାହିଁ, ସେଥିପାଇଁ ତିଆରି କରୁଛନ୍ତି ମାଷ୍ଟରପ୍ଲାନ୍ । 

ଜଣଙ୍କ ପରେ ଜଣଙ୍କୁ ଥାନା ଭିତରେ ଜେରା କରୁଛି ପୋଲିସ। ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷଙ୍କ ପର୍ଯ୍ୟନ୍ତ ରଖିଛନ୍ତି ନିଜର ବୟାନ । ଶିଶୁ କନ୍ୟାକୁ ପିପିଲିରୁ ଉଦ୍ଧାର କରିଥିବା ପରିବାରକୁ ବି ତଦନ୍ତ ଘେରକୁ ଆଣିଛି ପୋଲିସ । ଦୁଇ ଦଲାଲଙ୍କ ସମେତ ୬ଜଣଙ୍କୁ ଏନେଇ ପଚରାଉଚୁରା ଜାରି ରହିଛି। 

ଉଦ୍ଧାର ହୋଇଥିବା ଶିଶୁ କନ୍ୟାକୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଛି ପୋଲିସ। ଏଠାରେ ପ୍ରଶ୍ନ ଉଠୁଛି, ଏ ଦଲାଲମାନେ କେବେଠାରୁ ରାଜଧାନୀରେ ରହିଛନ୍ତି ସକ୍ରିୟ? ଶିଶୁ କନ୍ୟା ଡିଲରେ କିଏ ନେଉଥିଲା ସିଂହଭାଗ? କେତେ ପରିବାରଙ୍କଠାରୁ ତାଙ୍କ ଛୁଆଙ୍କୁ ନେଇ କରାଯାଇଛି ବିକ୍ରି? ଦଲାଲଙ୍କ ପଛର ଗଡଫାଦର କିଏ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe