କନକ ବ୍ୟୁରୋ : ରାତାରାତି କୋଇଲା ସ୍ଥାନାନ୍ତର, ନିଆଁ ଲଗାଇ ଚୋରି ଲୁଚାଇବା ଉଦ୍ୟମ । ହେମଗିରି କନିକା ସ୍ଥିତ ଏସିବି କୋଲ ୱାସେରୀ ଦ୍ବାରା ହଜାର ହଜାର ଟନ୍ ବେଆଇନ କୋଇଲା ଗଚ୍ଛିତ ଘଟଣାରେ ଆଜି ମଧ୍ୟ ରାଜସ୍ବ ବିଭାଗ ଏବଂ ପୁଲିସର ତନାଘନା ଜାରି ରହିଛି । ରାତାରାତି କୋଇଲା ଅନ୍ୟତ୍ର ଚାଲାଣ କରି କମ୍ପାନି କୋଇଲା ଚୋରିକୁ ଲୁଚାଇବା ପାଇଁ ଉଦ୍ୟମ କରିଛି । ପାହାଡ ଭଳି ଗଦା ହୋଇଥିବା କୋଇଲାରୁ ବହୁ ପରିମାଣର କୋଇଲା ଅନ୍ୟତ୍ର ସ୍ଥାନାନ୍ତର କରିଦିଆଯାଇଛି । କେବଳ ସ୍ଥାନାନ୍ତର କରାଯାଇଛି ତାହା ନୁହେଁ କୋଇଲାରେ କାଠ ପକାଇ ନିଆଁ ମଧ୍ୟ ଲଗାଇ ଦିଆଯାଇଛି ।
ବଡ ଧରଣର ଫାଇନ ଏବଂ କାର୍ଯାନୁଷ୍ଠାନରୁ ବର୍ତ୍ତିବାକୁ କମ୍ପାନୀ ଏପ୍ରକାର ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ଗତ କାଲି ଖଣି ବିଭାଗ ୧୦ ହଜାର ଟନ କଞ୍ଚା କୋଇଲା ଜବତ କରିଥିଲା । ହଜାର ହଜାର ଟନ୍ ବିଶୋଧିତ କୋଇଲା ଯେଉଁ ସ୍ଥାନରେ ଗଚ୍ଛିତ ରହିଥିଲା ସେହି ସ୍ଥାନରେ ଆଜି ପ୍ରଶାସନ ଏବଂ ଖଣି ବିଭାଗ ଚଢ଼ାଉ କରିବାର ଅଛି ତେବେ ତା ପୂର୍ବରୁ ଆର୍ୟନ୍ କୋଲ ବେନିଫିକେଶନ କମ୍ପାନି ଚୋରି ଲୁଚାଇବା ଉଦ୍ୟମ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/04/16/qIAJ0hvN2QlhmpYMJnoN.jpg)