କନକ  ବ୍ୟୁରୋ:  ଦୁନିରେ ଅନେକ ପ୍ରକାରର ଲୋକଙ୍କୁ ଦେଖିବାକୁ ମିଳିଥାଏ। କହିବାର ଅର୍ଥ  ଭିନ୍ନ ଭିନ୍ନ  ଦେଶରେ ଭିନ୍ନ ଲୋକଙ୍କୁ ଦେଖବାକୁ ମିଳିଥାଏ । ଖାଲି ଭିନ୍ନ ଭିନ୍ନ ଲୋକଙ୍କୁ ଦେଖିବାକୁ ମିଳିଥାଏ ତାହା ନୁହେଁ ବରଂ ସେମାନଙ୍କର ଆଚାର, ବ୍ୟବହାର, ଖାଦ୍ୟ-ପୋଷାକ,  ସଂସ୍କୃତି ପରମ୍ପରା  ମଧ୍ୟ ପୁରା ଅଲଗା ଥାଏ ।  ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଏମିତି ଏକ ଜନଜାତି ଯେଉଁମାନେ କ୍ଷୀରରେ ରକ୍ତ ମିସାଇ ପିଇଥାଆନ୍ତି। ଆଉ  ଏମାନଙ୍କ ଶାରୀରିକ ଗଠନ ମଧ୍ୟ ଭିନ୍ନ। ବିଶ୍ବର ସବୁଠାରୁ ଲମ୍ବା ମଣିଷ ଏାମା ନେ।  ଆମେ କହୁଛୁ ଆଫ୍ରିକାର ମସାଇ ଜନଜାତିଙ୍କ ବିଷୟରେ। ଏମାନଙ୍କର ଖାଇବା ପିଇବା ପୁରା ଭିନ୍ନ।  କ୍ଷୀରରେ ପଶୁମାନଙ୍କର ରକ୍ତ ମିଶାଇ ପିଇଥାନ୍ତି।  ଆଉ ଘରକୁ ଆସୁଥିବା ଅତିଥିମାନଙ୍କୁ  ଏହି ରକ୍ତ ମିଶା କ୍ଷୀର ପିଇବାକୁ ଦେଇ ସ୍ବାଗତ କରିଥାନ୍ତି।  ମସାଇ ଜନଜାତିର  ଏହା ହେଉଛି ନିତିଦିନିଆ  ଖାଦ୍ୟ ।  ଏହି ଜନଜାତି ମୁଖ୍ୟତଃ  ଦକ୍ଷୀଣ କେନିଆ,  ଉତ୍ତର ତାଞ୍ଜାନିଆ ଏବଂ ଇଥିଓପିଆରେ ବସତି ସ୍ଥାପନ କରିଥାଆନ୍ତି । ମସାଇ  ଜନଜାତିର ଲୋକଙ୍କ ଜୀବନ ପ୍ରାୟତଃ  ପଶୁମାନଙ୍କ ଉପରେ ନିର୍ଭର କରିଥାଏ ।  

Advertisment

ଶହ ଶହ ସଂଖ୍ୟାରେ  ଗାଈ ପାଳନ କରିଥାନ୍ତି। ଏମାନଙ୍କର ପାରମ୍ପରିକ ଖାଦ୍ୟ ହେଉଛି,  ମାଂସ, ରକ୍ତ, କ୍ଷୀର, ଚର୍ବୀ, ମହୁ  ଏବଂ ଗଛର ଛେଲି। ତାଜା କ୍ଷୀରରେ ଗୋରୁଙ୍କ  ତାଜା ରକ୍ତ ମିଶାଇ ବିଭିନ୍ନ ପରମ୍ପରାରେ ପିଇଥାଆନ୍ତି  ଏମାନେ।  ଅସୁସ୍ଥ ଥିଲେ ମଧ୍ୟ ଏହି ଜନଜାତି ଏହାକୁ ପିଇବାକୁ ଭୁଲିନଥାନ୍ତି । ଗୋରୁଙ୍କ ଗଳାର ଶିରା କାଟି ରକ୍ତ ବାହାର କରିଥାନ୍ତି । ଆଫ୍ରିକାର  ଏହି ମସାଇ ଜନଜାତି ବିଶ୍ବର ସବୁଠାରୁ ଲମ୍ବା ଲୋକଙ୍କ ମଧ୍ୟରେ ଯାଆନ୍ତି ।  ଏମାନଙ୍କ ଉଚ୍ଚତା  ୬.୨୫ ଫୁଟ୍‌।   ଏହି ଜନଜାତିଙ୍କ ଉଚ୍ଚାତର ସମକକ୍ଷ କେବଳ ଟୁତ୍‌ସି ଜନଜାତୀ ହିଁ ହେଇପାରିବେ । ମସାଇ ଜନଜାତିର ଲୋକେ ଏକଇଶ୍ବରବାଦୀ। । ଏଗ୍ନଇ  ନାମକ  ଦେବତାଙ୍କ ପୂଜା କରିଥାନ୍ତି ଏହି ଜନଜାତି।  ଏଗ୍ନଇ ଦେବତାଙ୍କ ଦୁଇଟି ରୂପ  ଗୋଟିଏ ହେଲା  ଏଗ୍ନଇ ନାରୋକ  ଏବଂ ଅନ୍ୟଟି  ଏଗ୍ନଇ ନ ନ୍ୟେକି । ଏଗ୍ନଇ ନାରୋକ   ଶସ୍ୟ ଶ୍ୟାମଳ ଫସଲର ସମୃଦ୍ଧି  ଆଣିଥାନ୍ତି ଏବଂ  ଏଗ୍ନଇ ନ ନ୍ୟେକି ଦୁର୍ଭିକ୍ଷ ଆଣିଥାନ୍ତି  ବୋଲି ଏହି ଜନଜାତିର ବିଶ୍ବାସ ।  ସତରେ ବଡ ବିଚିତ୍ର  ଦୁନିଆ । ଏହି ବିଚିତ୍ର ଦୁନିଆରେ  ମସାଇ ଜନଜାତିର ଲୋକୋମାନେ ବସତି ସ୍ଥାପନ କରିଛନ୍ତି। ଯାହାଙ୍କ ପରମ୍ପରା ଏବଂ ସଂସ୍କୃତି ଖାଦ୍ୟପେୟ ସବୁଠୁ ଭିନ୍ନ । ଏହା ଆଶ୍ଚର୍ଯ୍ୟ କରୁଛି ବିଶ୍ବର ଅନେକ ଲୋକଙ୍କୁ।