ଗହଣା କିଣିବାକୁ ଆସି ଦୋକାନରୁ ଲୁଟିଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର, ସିସିଟିଭିରେ କଏଦ ହେଲା ଦୃଶ୍ୟ

Advertisment

ଗହଣା କିଣିବାକୁ ଆସି ଅଳଙ୍କାର ଲୁଟିନେଲା ଚୋର । ଗହଣା ଚୋରିର ଦୃଶ୍ୟ ସିସିଟିଭିରେ ହେଲା କଏଦ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ସିଂଲା ଥାନା ସାହାଡ଼ା ବଜାରରେ। ଦେଖନ୍ତୁ ଏ ଦୃଶ୍ୟକୁ..କେମିତି ଗହଣା କିଣିବାକୁ ଆସୁଛନ୍ତି ଏବଂ ମଉକା ଦେଖି ଅତି ଚତୁରତାର ସହ ଅନ୍ୟ ଅଳଙ୍କାର ଚୋରି କରିଛନ୍ତି ।

400

କନକବ୍ୟୁରୋ: ଗହଣା କିଣିବାକୁ ଆସି ଅଳଙ୍କାର ଲୁଟିନେଲା ଚୋର। ଗହଣା ଚୋରିର ଦୃଶ୍ୟ ସିସିଟିଭିରେ ହେଲା କଏଦ। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ସିଂଲା ଥାନା ସାହାଡ଼ା ବଜାରରେ। ଦେଖନ୍ତୁ ଏ ଦୃଶ୍ୟକୁ..କେମିତି ଗହଣା କିଣିବାକୁ ଆସୁଛନ୍ତି ଏବଂ ମଉକା ଦେଖି ଅତି ଚତୁରତାର ସହ ଅନ୍ୟ ଅଳଙ୍କାର ଚୋରି କରିଛନ୍ତି। ଗତକାଲି ଦିନ ୧୨ଟା ସମୟରେ ଦୁଇ ଯୁବକ ଦୋକାନକୁ ଆସିଲେ।

ପ୍ରଥମେ ଏକ ରୂପା ଲକେଟ୍ କିଣିଲେ । ପରେ ତାକୁ ବଦଳାଇବାକୁ ଦୋକାନୀଙ୍କୁ କହିଲେ। ଆଉ ସୁଯୋଗ ଦେଖି ୪୦ରୁ ଅଧିକ ସୁନା ଲକେଟ୍ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଲୁଟେରା ଦୁଇ ଜଣ ଗହଣା ଦୋକାନରୁ ଚାଲିଯିବାପରେ ବ୍ୟବସାୟୀଙ୍କୁ ସନ୍ଦେହ ହେବାରୁ ସେ ସିସିଟିଭି ଦୃଶ୍ୟକୁ ଚେକ୍ କରିଥିଲେ । ଆଉ ଚୋରି ବିଷୟରେ ଜାଣିବାକୁ ପାଇଥିଲେ। ଏନେଇ ଜୁଏଲାରୀ ମାଲିକ ବନମାଳି ସାନ୍ତରା, ସିଂଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe