କନକ ବ୍ୟୁରୋ:  ପାରାଦୀପ ନୂଆଗଡ ଗାଁରେ ବଡ଼ଧରଣର ଚୋରି । ଘରେ ସମସ୍ତେ ଶୋଇଥିବା ବେଳେ ଆଲମାରୀ ତାଡି ସୁନା ଗହଣା ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ। ଘଟଣାସ୍ଥଳରେ ପାରାଦୀପ ଲକ୍ ଥାନା ପୁଲିସ ପହଞ୍ଚି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ନେଇ ତଦନ୍ତ କରିଛି । ପାରାଦୀପ ନୂଆଗଡ ଗ୍ରାମର ଅଭୟ କୁମାର ବେହେରା ଓ ତାଙ୍କ ପତ୍ନୀ ଏକ ମେଡିକାଲ କାମରେ ଭୁବନେଶ୍ୱର ଯାଇଥିବା ବେଳେ ଘର ବନ୍ଦ ଥିଲା ।

Advertisment

 ଘରର ଅନ୍ୟ ସଦସ୍ୟମାନେ ଅଲଗା କୋଠରୀରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରର ଝରକା ଭାଙ୍ଗି ଘରେ ପଶିଥିଲେ । ଆଲମାରୀ ଲୁଟପାଟ୍‌ କରିଛନ୍ତି ।  ସକାଳୁ ପରିବାର ଲୋକେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ଲକ୍ ଥାନା ପୁଲିସ, ଆଡିସନାଲ୍ ଏସପି ପହଞ୍ଚିବା ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ କୁ ନେଇ ଚାଲିଛି ତଦନ୍ତ ।