ବିଳମ୍ବିତ ରାତିରେ ଘରେ ପଶିଲେ ଦୁର୍ବୃତ୍ତ , ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ସଞ୍ଜୟଙ୍କ ଶୋଇବା ଘରକୁ ବାହାର ପଟୁ ତାଲା ମାରି ଦେଇଥିଲେ । ପରେ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ କରିନେଇଥିଲେ ।

vlcsnap-2025-05-28-15h34m36s685

Photograph: (kanakNews)

କନକ ବ୍ୟୁରୋ :  କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଳତୀ ଗାଁରେ ବଡ ଧରଣର  ଲୁଟ୍‌ । ଅଳତୀ ଗାଁର ମଦନ ମୋହନ ବରାଳ ଓ ଲକ୍ଷ୍ମଣ ବରାଳଙ୍କ ଘରୁ ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୁଲିସ । ସୂଚନା ଅନୁସାରେ, ମଦନମୋହନ ବରାଳଙ୍କ ପରିବାର ଲୋକେ ଗତକାଲି ପୁରୀ ଯାଇଥିବା ବେଳେ ବଡପୁଅ ସଞ୍ଜୟ ବରାଳ ଓ ତାଙ୍କ ସ୍ତ୍ରୀ ଘରେ ଥିଲେ । ଉଭୟ ରାତିରେ ଖାଇପିଇ ଶୋଇଥିଲେ । ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ସଞ୍ଜୟଙ୍କ ଶୋଇବା ଘରକୁ ବାହାର ପଟୁ ତାଲା ମାରି ଦେଇଥିଲେ । ପରେ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ କରିନେଇଥିଲେ । ପରେ ଏନେଇ ଥାନାରେ ଅଭିଯୋଗ ହୋଇଛି । 

ସେହିଭଳି ଅଳତୀ ଗାଁର ଲକ୍ଷ୍ମଣ ବରାଳଙ୍କ ଘରୁ ମଧ୍ୟ  ସମାନ ଢଙ୍ଗରେ ଲୁଟ୍‌ ହୋଇଛି । ଲକ୍ଷ୍ମଣ ବରାଳଙ୍କ ମାଆ ଘରେ ଶୋଇଥିବୋ ବେଳେ କେହି ଦୁର୍ବୃତ୍ତ ଘରେ ପଶି ଗୋଟିଏ ଆଟାଜ ଲୁଟି ନେଇଛନ୍ତି । ଯେଉଁଥିରେ କିଛି ନଗଦ ଅର୍ଥ ସହ ବହୁ ଅତ୍ୟାବଶ୍ୟକ କାଗଜପତ୍ର ଥିଲା। ଉଭୟ ଅଭିଯୋଗ ଆଧାରରେ ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ସାଇଁଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe