ନାଁ ପଚାରି ମାରିଦେଲେ : ଜାତିଗତ ଅପମାନକୁ ବିରୋଧ କରିବାରୁ ଗୋଷ୍ଠୀଗତ ଆକ୍ରମଣ

Advertisment

ଉତ୍ତରାଖଣ୍ଡରେ ତ୍ରିପୁରାର ଛାତ୍ର ଆଞ୍ଜେଲ ଚାକମାଙ୍କ ହତ୍ୟା ପ୍ରତିବାଦରେ ବିକ୍ଷୋଭ । ତ୍ରିପୁରାର ଜଣେ ୨୪ ବର୍ଷର ଛାତ୍ର ଆଞ୍ଜେଲ ଚାକମା  ଉତ୍ତରାଖଣ୍ଡର ଡେରାଡୁନରେ ଡିସେମ୍ବର ୯ ତାରିଖରେ ଜାତିଗତ ଅପମାନକୁ ବିରୋଧ କରିବାରୁ ଗୋଷ୍ଠୀଗତ ଆକ୍ରମଣର ଶିକାର ହୋଇଥିଲେ

ଉତ୍ତରାଖଣ୍ଡରେ ତ୍ରିପୁରାର ଛାତ୍ର ଆଞ୍ଜେଲ ଚାକମାଙ୍କ ହତ୍ୟା ପ୍ରତିବାଦରେ ବିକ୍ଷୋଭ । ତ୍ରିପୁରାର ଜଣେ ୨୪ ବର୍ଷର ଛାତ୍ର ଆଞ୍ଜେଲ ଚାକମା  ଉତ୍ତରାଖଣ୍ଡର ଡେରାଡୁନରେ ଡିସେମ୍ବର ୯ ତାରିଖରେ ଜାତିଗତ ଅପମାନକୁ ବିରୋଧ କରିବାରୁ ଗୋଷ୍ଠୀଗତ ଆକ୍ରମଣର ଶିକାର ହୋଇଥିଲେ

TRIPURA

Photograph: (KANAKNEWS)

କନକବ୍ୟୁରୋ : ଉତ୍ତରାଖଣ୍ଡରେ ତ୍ରିପୁରାର ଛାତ୍ର ଆଞ୍ଜେଲ ଚାକମାଙ୍କ ହତ୍ୟା ପ୍ରତିବାଦରେ ବିକ୍ଷୋଭ । ତ୍ରିପୁରାର ଜଣେ ୨୪ ବର୍ଷର ଛାତ୍ର ଆଞ୍ଜେଲ ଚାକମା  ଉତ୍ତରାଖଣ୍ଡର ଡେରାଡୁନରେ ଡିସେମ୍ବର ୯ ତାରିଖରେ ଜାତିଗତ ଅପମାନକୁ ବିରୋଧ କରିବାରୁ ଗୋଷ୍ଠୀଗତ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଛୁରା ମାରି ଗୁରୁତର ଆହତ କରାଯାଇଥିଲା । ପରେ ହସ୍ପିଟାଲରେ ତାଙ୍କର  ମୃତ୍ୟୁ ହୋଇଥିଲା । ଆକ୍ରମଣକାରୀମାନେ ତାଙ୍କୁ ଓ ତାଙ୍କ ଭାଇଙ୍କୁ 'ଚିଙ୍କି', 'ଚାଇନିଜ୍' ଆଦି ଜାତିଗତ ଅପମାନ ଦେଇଥିଲେ। ପୁଲିସ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରିଛି । ଏଥିରେ ଦୁଇଜଣ ନାବାଳକ ଅଛନ୍ତି ।

କଲବଲ କରୁଛି ପ୍ରଦୂଷଣ : ଦିଲ୍ଲୀ ପରେ ଉତ୍ତରପ୍ରଦେଶ ଆକ୍ତାମାକ୍ତା

ତେବେ ମୁଖ୍ୟ ଅଭିଯୁକ୍ତ ଯଜ୍ଞ ଆୱସ୍ଥି ନେପାଳ ପଳାଇଯାଇଥିବାରୁ ତାଙ୍କୁ ଧରାଇଦେବା ପାଇଁ ୨୫ ହଜାର ଟଙ୍କା ପୁରସ୍କାର ଘୋଷଣା କରାଯାଇଛି । ଏହି ଘଟଣାରେ ତ୍ରିପୁରାରେ ଜୋରଦାର ବିରୋଧ ହେଉଛି । ଏଥିରେ ହସ୍ତକ୍ଷେପ ପାଇଁ କେନ୍ଦ୍ର ସରକାରଙ୍କୁ ତ୍ରିପୁରା ଚାକମା ଷ୍ଟୁଡେଣ୍ଟ୍ସ ଆସୋସିଏସନ୍ ଅନୁରୋଧ କରିଛି । ଉତ୍ତର-ପୂର୍ବ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କଡ଼ା ଆଇନ ଓ ହେଟ୍ କ୍ରାଇମ୍ ବିରୋଧରେ ପଦକ୍ଷେପ ଦାବି କରାଯାଇଛି ।

ଆଜି ସେଠାରେ ମହମବତି ଶୋଭାଯାତ୍ରା କରାଯାଉଛି।  ୩୦ରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ। ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ଫୋନ୍ କରି ନ୍ୟାୟ ଦାବି କରିଛନ୍ତି। ଟିପ୍ରା ମୋଥା ନେତା ପ୍ରଦ୍ୟୋତ୍ କିଶୋର ମଣିକ୍ୟା ଦେବବର୍ମା ହତ୍ୟାକୁ ନିନ୍ଦା କରି ନ୍ୟାୟ ପାଇଁ ଲଢ଼ିବାକୁ ଘୋଷଣା କରିଛନ୍ତି। ଏହି ଘଟଣାକୁ ଉତ୍ତର-ପୂର୍ବ ଲୋକଙ୍କ ବିରୋଧରେ ଜାତିଗତ ହିଂସାର ଏକ ଗମ୍ଭୀର ଉଦାହରଣ ଭାବେ ଦେଖାଯାଉଛି। 

ନାଁ ପଚାରି ମାରିଦେଲେ
ତ୍ରିପୁରାରେ ତେଜୁଛି ଆନ୍ଦୋଳନ
ଉତ୍ତରାଖଣ୍ଡରେ ତ୍ରିପୁରା ଛାତ୍ର ଆଞ୍ଜେଲ ଚାକମାଙ୍କୁ ହତ୍ୟା
ଜାତିଗତ ଅପମାନକୁ ବିରୋଧ କରିବାରୁ ଗୋଷ୍ଠୀଗତ ଆକ୍ରମଣ 
ତାଙ୍କୁ ଛୁରା ମାଡ଼କରି ଗୁରୁତର ଆହତ କରାଯାଇଥିଲା
ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହେଇଛି
ଆକ୍ରମଣକାରୀମାନେ ତାଙ୍କୁ ଓ ତାଙ୍କ ଭାଇଙ୍କୁ ଅପମାନ କରିଥିଲେ
'ଚିଙ୍କି', 'ଚାଇନିଜ୍' ଆଦି ଜାତିଗତ ଅପମାନ ଦେଇଥିବା ଅଭିଯୋଗ
ଘଟଣାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ
ପୁଲିସ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରିଛି
ମୁଖ୍ୟ ଅଭିଯୁକ୍ତ ନେପାଳ ଫେରାର, ପୁଲିସ ତଦନ୍ତ ଜାରି
--


 

 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe