କନକ ବ୍ୟୁରୋ: ଶ୍ରାବଣ ମାସରେ ମହାଦେବଙ୍କୁ ବେଲପତ୍ର ଚଢ଼ାଯାଏ । କିନ୍ତୁ ଜାଣନ୍ତି କି , ଏହାକୁ ପ୍ରତିଦିନ ଖାଲି ପେଟରେ ଖାଇଲେ ଆପଣଙ୍କୁ କିଛି ଦୀର୍ଘ ଦିନର ସମସ୍ୟାରୁ ବି ମୁକ୍ତି ମିଳିପାରିବ । ଆସନ୍ତୁ ସଂକ୍ଷେପରେ ଜାଣିବା ସେସବୁ ସମସ୍ୟା ଆଉ ସେଥିରୁ ମୁକ୍ତି ପାଇବାରେ ବେଲପତ୍ରର ମହତ୍ତ୍ବ ବିଷୟରେ ।

Advertisment

ପ୍ରତିଦିନର ଦିନଚର୍ଯ୍ୟାରେ ବେଲପତ୍ର ସେବନକୁ ନିଶ୍ଚିତ ସାମିଲ କରନ୍ତୁ । ଯଦି ଏପରି କରନ୍ତି ତେବେ ଆପଣଙ୍କୁ ଏକାଧିକ ଲାଭ ମିଳିବ । ଏହାକୁ ଖାଲିପେଟରେ ଚୋବାଇ ଖାଇବା ସହ ଏହାର ଚା’ ଏବଂ ଜୁସ୍ ପ୍ରସ୍ତୁତ କରି ମଧ୍ୟ ପିଇପାରିବେ ।

ମଧୁମେହ ସମସ୍ୟା : ଆଜିକା ଦିନରେ ମଧୁମେହ ସାଧାରଣ ସ୍ବାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି । ଏଥିପାଇଁ ଲୋକେ ପ୍ରତିଦିନ ଔଷଧ ସେବନ କରିବାକୁ ବାଧ୍ୟ ହେଉଛନ୍ତି । ଡାଏବେଟିସ୍ ରୋଗୀଙ୍କୁ ଖାଦ୍ୟପେୟ ଉପରେ କଟକଣା ରଖିବାକୁ ପଡ଼ିଥାଏ । ହେଲେ ପ୍ରତିଦିନ ବେଲପତ୍ର ସେବନ କଲେ ଆପଣଙ୍କ ରକ୍ତରେ ସୁଗାର ମାତ୍ରା ନିୟନ୍ତ୍ରିତ ରହିଥାଏ ।

ପାଚନ : ଯଦି ଆପଣଙ୍କର ଖାଦ୍ୟ ହଜମ ଜନିତ ସମସ୍ୟା ବା ଏସିଡିଟି ସମସ୍ୟା ଥାଏ ତେବେ ବେଲପତ୍ର ଏଥିପାଇଁ ମହୌଷଧି । ସକାଳୁ ଖାଲି ପେଟରେ ୩ ପାଖୁଡ଼ିଆ ୫ଟି ବେଲପତ୍ର ସହ ଅଢ଼େଇଟି ଗୋଲ ମରିଚ ବାଟି ପିଇଲେ ଆପଣଙ୍କ ଗ୍ୟାସ୍ ସମସ୍ୟା ଦୂର ହେବା ସହ ପାଚନ କ୍ରିୟା ସୁଦୃଢ଼ ହୋଇଥାଏ  । ଏଥିରେ ଅଦା ବ୍ୟବହାର କରିପାରିବେ । 

ପେଟ ଜନିତ ସମସ୍ୟା : ଯଦି ଆପଣଙ୍କର ପେଟ ଜନିତ ସମସ୍ୟା ଥାଏ ତେବେ ଏଥିପାଇଁ ମଧ୍ୟ ବେଲପତ୍ର ସବୁଠୁ ଉତ୍ତମ ପଥି ।  ଲଗାତାର ଭାବେ ଖାଲି ପେଟରେ ବେଲପତ୍ର ଖାଇଲେ ବା ଏହାର ଜୁସ୍ ବନାଇ ପିଇଲେ ଆପଣ ପେଟରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବର୍ଦ୍ଧକ : ବେଲପତ୍ର  ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ୍ , ଇମ୍ୟୁନିଟିକୁ ବଢାଇବାରେ ଯଥେଷ୍ଟ ସାହାଯ୍ୟ କରିଥାଏ । ଫଳରେ ଶରୀର ନିରୋଗ ରୁହେ ।