ଏହି ଲୋକମାନଙ୍କର ଇଚ୍ଛା ଥିଲେ ବି କରିପାରିବେନି ରକ୍ତ ଦାନ, ଜୀବନ ପ୍ରତି ଆସିପାରେ ବିପଦ

Advertisment

ଯଦି କୌଣସି ବ୍ୟକ୍ତିଙ୍କୁ ସଂକ୍ରମଣ ଜ୍ୱର ଯଥା, ଟାଇଫଏଡ, ମ୍ୟାଲେରିଆ, ଡେଙ୍ଗୁ କିମ୍ବା ଅନ୍ୟ ସଂକ୍ରାମକ ରୋଗ ହୋଇଥାଏ ସେମାନେ ରକ୍ତଦାନ କରିପାରିବେ ନାହିଁ । 

ଯଦି କୌଣସି ବ୍ୟକ୍ତିଙ୍କୁ ସଂକ୍ରମଣ ଜ୍ୱର ଯଥା, ଟାଇଫଏଡ, ମ୍ୟାଲେରିଆ, ଡେଙ୍ଗୁ କିମ୍ବା ଅନ୍ୟ ସଂକ୍ରାମକ ରୋଗ ହୋଇଥାଏ ସେମାନେ ରକ୍ତଦାନ କରିପାରିବେ ନାହିଁ । 

SDFFSSDD

କନକ ବ୍ୟୁରୋ : ରକ୍ତଦାନ କରିବ ଏକ ମହତ୍ୱ କାମ, ଏହାକୁ ସମାଜ ସେବା ମଧ୍ୟ କୁହାଯାଇପାରିବ । କାରଣ ରକ୍ତଦାନ କରିବା ଦ୍ୱାରା ଅନ୍ୟ ଜଣଙ୍କର ଜୀବନ ବଞ୍ଚିଯାଇଥାଏ । ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ଦୁର୍ଘଟଣା, ଅପରେସନ, ଥାଲାସେମିଆ, ଏନିମିୟା, କ୍ୟାନ୍ସର ଭଳି ଅନେକ କାରଣରୁ ରକ୍ତର ଆବଶ୍ୟକତା ପଡିଥାଏ । ହେଲେ ଆପଣ ଜାଣିଛନ୍ତି କି, କିଛି ଲୋକ ଏଭଳି ଅଛନ୍ତି, ଯେଉଁମାନେ ଇଚ୍ଛାକରି ବି ରକ୍ତଦାନ କରିପାରିବେ ନାହିଁ । ଏହାର ପଛର କାରଣ ସ୍ୱାସ୍ଥ୍ୟ ସମସ୍ୟା ସହ ଜଡିତ ଥାଉ କି, ସଂକ୍ରମଣ ପାଇଁ ହେଉ । ଏହା ଜାଣିବା ସମସ୍ତଙ୍କ ପାଇଁ ଜରୁରୀ, କାରଣ ସମୟ ପୂର୍ବରୁ ନିଷ୍ପତ୍ତି ନେଇପାରିବେ । 

ଭାରତରେ ରକ୍ତାଦନ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବନିମ୍ନ ଓଜନ ୪୫ କିଲୋ ହୋଇଥିବା ଦରକାର । ୧୮ ବର୍ଷରୁ କମ୍ ବୟସର ଲୋକ ଓ ୪୫ କିଲୋରୁ କମ ଓଜନର ଲୋକମାନେ ରକ୍ତଦାନ କରିପାରିବେ ନାହିଁ । ଏହା ବ୍ୟତୀତ ଏଭଳି କିଛି ଲୋକ ଅଛନ୍ତି ସେମାନଙ୍କର ଇଚ୍ଛା ଥିଲେ ବି ସେମାନେ ମଧ୍ୟ ରକ୍ତଦାନ କରିପାରିବେ ନାହିଁ । 

ଯଦି କୌଣସି ବ୍ୟକ୍ତିଙ୍କ ରକ୍ତରେ ହିମୋଗ୍ଲୋବିନର ମାତ୍ରା କମ୍ ଥାଏ (ପୁରୁଷମାନଙ୍କ କ୍ଷେତୟରେ ୧୩ ଗ୍ରାମ (ପ୍ରତି ଡେସିମିଲ) ଓ ମହିଳାମାନଙ୍କ କ୍ଷେତ୍ରରେ ୧୨.୫ ଗ୍ରାମ (ପ୍ରତି ଡେସିମିଲ)), ଥିଲେ ସେମାନଙ୍କୁ ରକ୍ତଦାନରୁ ବିରତ ରହିବା ଆବଶ୍ୟକ । 

ଏହାସହ ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳାମାନେ ରକ୍ତଦାନ କରିପାରିବେ ନାହିଁ । କାରଣ ଏହି ସମୟରେ ସେମାନଙ୍କ ଶରୀର ଦୁର୍ବଳ ଥାଏ । ରକ୍ତଦାନ କଲେ ମହିଳାଙ୍କ ଶରୀର ଉପରେ ଏହାର ପ୍ରଭାବ ପଡିଥାଏ । 

ଯଦି କୌଣସି ବ୍ୟକ୍ତିଙ୍କୁ ସଂକ୍ରମଣ ଜ୍ୱର ଯଥା, ଟାଇଫଏଡ, ମ୍ୟାଲେରିଆ, ଡେଙ୍ଗୁ କିମ୍ବା ଅନ୍ୟ ସଂକ୍ରାମକ ରୋଗ ହୋଇଥାଏ ସେମାନେ ରକ୍ତଦାନ କରିପାରିବେ ନାହିଁ । 

ଯଦି କୌଣସି ବ୍ୟକ୍ତି ହେପାଟାଇଟସ୍ କିମ୍ବା ଏଚଆଇଭି ଭୂତାଣୁ ଦ୍ୱାରା ସଂକ୍ରମିତ ସେମାନେ ଆଜୀବନ ରକ୍ତଦାନ କରିପାରିବେ ନାହିଁ । ଏହି ରୋଗର ଭୂତାଣୁ ରକ୍ତ ମାଧ୍ୟମରେ ଜଣେ ଲୋକ ଠାରୁ ଅନ୍ୟଜଣଙ୍କୁ ବ୍ୟାପିବାର ସମ୍ଭାବନା ରହିଛି । 

ସେହିଭଳି ଡ୍ରଗ୍ସ କିମ୍ବା ମଦ୍ୟପାନ କରୁଥିବା ଲୋକମାନଙ୍କ ପାଇଁ ରକ୍ତଦାନ କରିବା ସୁରକ୍ଷିତ ନୁହେଁ । ସେମାନଙ୍କ ରକ୍ତରେ ସଂକ୍ରମଣ  ରହିଥାଏ । ଯାହା କି ରକ୍ତ ନେଉଥିବା ଲୋକଙ୍କୁ ସଂକ୍ରମିତ କରିବାର ଅନେକ ସମ୍ଭାବନା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe