କନକ ବ୍ୟୁରୋ: ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ। ଯାହା ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ। ଯଦିଓ ଲଘୁଚାପର ସିଧାସଳଖ ପ୍ରଭାବ ରାଜ୍ୟରେ ରହିବ ନାହିଁ, କିନ୍ତୁ ରାଜ୍ୟକୁ ପବନର ଗତି ପରିବର୍ତ୍ତନ ଯୋଗୁଁ ବଙ୍ଗୋପସାଗରକୁ ଜଳୀୟବାଷ୍ପ ଆସିବ। ଯାହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ମେଘୁଆ ପାଗ ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପରିଲକ୍ଷିତ ହେବ। ଆଜି ଉତ୍ତର ଉପକୂଳ ସମେତ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବ। ଆସନ୍ତାକାଲି ଦକ୍ଷିଣ ଉପକୂଳରେ ହାଲୁକା ବର୍ଷା ସହ କୋହଲା ପାଗ ଦେଖିବାକୁ ମିଳିବ। ୪୮ ଘଣ୍ଟା ଯାଏଁ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ୪୮ ଘଣ୍ଟା ପରେ ରାତିର ତାପମାତ୍ରା ୩ ଡିଗ୍ରୀ ହ୍ରାସ ପାଇବ । ତେବେ ୨୭ ତାରିଖ ବେଳକୁ ସାରା ଦେଶକୁ ପ୍ରଭାବିତ କରିବ ପଶ୍ଚିମାଝଡ। ତେବେ ଏହାର ପ୍ରଭାବରେ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା ରହିଛି। ପଶ୍ଚିମାଝଡ ପାସ କରିବା ପରେ ଶୀତ ବଢିବାର ସମ୍ଭାବନା ରହିଛି।
ଆଜି ଓ ଆସନ୍ତାକାଲି ମେଘୁଆ ପାଗ । ୪୮ ଘଣ୍ଟା ଯାଏଁ ରାତିର ତାପମାତ୍ରାରେ ହେବ ନାହିଁ ବିଶେଷ ପରିବର୍ତ୍ତନ ।
ଦକ୍ଷିଣ ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ। ଯାହା ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ। ଯଦିଓ ଲଘୁଚାପର ସିଧାସଳଖ ପ୍ରଭାବ ରାଜ୍ୟରେ ରହିବ ନାହିଁ, କିନ୍ତୁ ରାଜ୍ୟକୁ ପବନର ଗତି ପରିବର୍ତ୍ତନ ଯୋଗୁଁ ବଙ୍ଗୋପସାଗରକୁ ଜଳୀୟବାଷ୍ପ ଆସିବ
/kanak/media/media_files/2024/12/24/4BKRtZkR5nQcugP759BV.jpg)