ତାତିରୁ ମିଳିବନି ଆଶ୍ବସ୍ତି , ଆସନ୍ତା ୧୫ ଯାଏ କଲବଲ କରିବ ତାତି

Advertisment

ଆସନ୍ତା ୧୫ ଯାଏ ପ୍ରବଳ ଖରାରୁ ମିଳିବନି ତ୍ରାହୀ । ଗରମ, ଗୁଳୁଗୁଳି ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ ।

ଆସନ୍ତା ୧୫ ଯାଏ ପ୍ରବଳ ଖରାରୁ ମିଳିବନି ତ୍ରାହୀ । ଗରମ, ଗୁଳୁଗୁଳି ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ ।

  ତାତିରୁ ମିଳିବନି ଆଶ୍ବସ୍ତି

ତାତିରୁ ମିଳିବନି ଆଶ୍ବସ୍ତି Photograph: (kanaknews)

କନକ ବ୍ୟୁରୋ : କଲବଲ କରୁଛି ତାତି । ଘରେ ରହି ହଉନି କି ବାହାରକୁ ବାହାରି ହେଉନି । ଦେହ ମୁହଁ ପୋଡି ଯାଉଛି । ପ୍ରବଳ ଉତ୍ତାପରେ ଛଟପଟ ଡାକୁଛନ୍ତି ଜନଜୀବନ । ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଆସନ୍ତା ୧୫ ଯାଏ ପ୍ରବଳ ଖରାରୁ ମିଳିବନି ତ୍ରାହୀ । ଗରମ, ଗୁଳୁଗୁଳି ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । 

ଗତକାଲି  ୪୦  ଡିଗ୍ରୀ ଟପିଥିଲା ପାରଦ । ଆଜି ସାଢେ ୮ଟା ସୁଦ୍ଧା  ଝାରସୁଗୁଡାରେ ୩୫.୨ ଡିଗ୍ରୀ, ସମ୍ବଲପୁର ୩୪.୪, ହୀରାକୁଦ ୩୪, ବାଲେଶ୍ବର ୩୩ ଡିଗ୍ରୀ , ପୁରୀ ୩୩.୪, ରାଉରକେଲା ୩୨.୮, ଭୁବନେଶ୍ବର ୩୨.୪ ଡିଗ୍ରୀ, ଚାନ୍ଦବାଲି ୩୨.୨,  ପାରାଦୀପ ୩୧.୨,  ଗୋପାଳପୁର ୩୦.୨ ଡିଗ୍ରୀ, ରେକର୍ଡ କରାଯାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe