କନକ ବ୍ୟୁରୋ : କଲବଲ କରୁଛି ତାତି । ଘରେ ରହି ହଉନି କି ବାହାରକୁ ବାହାରି ହେଉନି । ଦେହ ମୁହଁ ପୋଡି ଯାଉଛି । ପ୍ରବଳ ଉତ୍ତାପରେ ଛଟପଟ ଡାକୁଛନ୍ତି ଜନଜୀବନ । ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଛି । ଆସନ୍ତା ୧୫ ଯାଏ ପ୍ରବଳ ଖରାରୁ ମିଳିବନି ତ୍ରାହୀ । ଗରମ, ଗୁଳୁଗୁଳି ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ ।
ଗତକାଲି ୪୦ ଡିଗ୍ରୀ ଟପିଥିଲା ପାରଦ । ଆଜି ସାଢେ ୮ଟା ସୁଦ୍ଧା ଝାରସୁଗୁଡାରେ ୩୫.୨ ଡିଗ୍ରୀ, ସମ୍ବଲପୁର ୩୪.୪, ହୀରାକୁଦ ୩୪, ବାଲେଶ୍ବର ୩୩ ଡିଗ୍ରୀ , ପୁରୀ ୩୩.୪, ରାଉରକେଲା ୩୨.୮, ଭୁବନେଶ୍ବର ୩୨.୪ ଡିଗ୍ରୀ, ଚାନ୍ଦବାଲି ୩୨.୨, ପାରାଦୀପ ୩୧.୨, ଗୋପାଳପୁର ୩୦.୨ ଡିଗ୍ରୀ, ରେକର୍ଡ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/11/YhVKAlQlbbtVKZ3vFQE0.jpg)