ରାଜ୍ୟରେ ହେବନି ହାଇକୋର୍ଟ ବେଞ୍ଚ ; ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ହେବନି ହାଇକୋର୍ଟ ବେଞ୍ଚ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟରେ ହାଇକୋର୍ଟ ବେଞ୍ଚ ହେବନି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ କହିଛନ୍ତି।

highc

କନକ ବ୍ୟୁରୋ: ରାଜ୍ୟରେ ହେବନି ହାଇକୋର୍ଟ ବେଞ୍ଚ। ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ରାଜ୍ୟରେ ହାଇକୋର୍ଟ ବେଞ୍ଚ ହେବନି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ କହିଛନ୍ତି। ଅଣତାରକା ପ୍ରଶ୍ନରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ପ୍ରଶ୍ନ କରିଥିଲେ ଯେ, ବଲାଙ୍ଗୀରରେ ଓଡ଼ିଶା ହାଇକୋର୍ଟର ସର୍କିଟ ବେଞ୍ଚ ପ୍ରତିଷ୍ଠା ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି ଏବଂ ଏ ଦିଗରେ କଣ ପଦକ୍ଷେପ ନିଆଯାଇଛି। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର କୌଣସି ଯଥାର୍ଥତା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe