ସମସ୍ତ ଜିଲ୍ଲାରେ ହେବ ମେଡିକାଲ କଲେଜ । ଖସଡ଼ା ପ୍ରସ୍ତୁତ କରିସାରିଛନ୍ତି ରାଜ୍ୟ ସରକାର

Advertisment

ସ୍ୱାସ୍ଥ୍ୟ ସେବା ପାଇଁ ଆଉ ହନ୍ତସନ୍ତ ହେବେନି ଲୋକେ। ଏପରିକି ନିଜ ଜିଲ୍ଲାରେ ମିଳିବ ଚିକିତ୍ସା। କାରଣ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ସ୍ଥାପନ କରିବେ ସରକାର। ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ଏନେଇ ପ୍ରତିଶ୍ରୁତି ଦେଇଥିଲା।

ସ୍ୱାସ୍ଥ୍ୟ ସେବା ପାଇଁ ଆଉ ହନ୍ତସନ୍ତ ହେବେନି ଲୋକେ। ଏପରିକି ନିଜ ଜିଲ୍ଲାରେ ମିଳିବ ଚିକିତ୍ସା। କାରଣ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ସ୍ଥାପନ କରିବେ ସରକାର। ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ଏନେଇ ପ୍ରତିଶ୍ରୁତି ଦେଇଥିଲା।

medical college

କନକ ବ୍ୟୁରୋ: ସ୍ୱାସ୍ଥ୍ୟ ସେବା ପାଇଁ ଆଉ ହନ୍ତସନ୍ତ ହେବେନି ଲୋକେ। ଏପରିକି ନିଜ ଜିଲ୍ଲାରେ ମିଳିବ ଚିକିତ୍ସା। କାରଣ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ସ୍ଥାପନ କରିବେ ସରକାର। ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ଏନେଇ ପ୍ରତିଶ୍ରୁତି ଦେଇଥିଲା। ଏବେ ତାହାକୁ ପୂରଣ କରିବା ଦିଗରେ ତତ୍ପରତା ଦେଖାଇଛି। ରାଜ୍ୟରେ ୧୧ଟି ମେଡିକାଲ କଲେଜ ଥିବାବେଳେ, ତାଳଚେର ଓ କନ୍ଧମାଳରେ ମେଡିକାଲ କଲେଜ ପାଇପଲାଇନରେ ରହିଛି ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ଅନ୍ୟ ଜିଲ୍ଲା ମୁଖ୍ୟଳୟରେ ମଧ୍ୟ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଖସଡ଼ା ପ୍ରସ୍ତୁତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

  • ଡାକ୍ତରୀ ଛାତ୍ରଙ୍କ ଗବେଷଣା ପାଇଁ ବଢ଼ିଲା ସୁଯୋଗ
  • ବିଦେଶରୁ ପାଠ ପଢ଼ାଇବେ ଅଧ୍ୟାପକ 

ମେଡିକାଲ କଲେଜରେ ପାଠ ପଢାଇବାକୁ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନଥିବା ଅନେକ ସମୟରେ ଅଭିଯୋଗ ହୋଇଆସିଛି। ତେଣୁ ଡାକ୍ତରୀ ଛାତ୍ରଙ୍କ ଶିକ୍ଷାର ମାନ ବଢାଇବା ସହ ସେମାନେ କିପରି ଅଧିକରୁ ଅଧିକ ଗବେଷଣା କରିପାରିବେ ସେନେଇ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ। ଏଥିପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଅନ୍ୟ ୬ଟି ବିଶ୍ୱବିଦ୍ୟାଳୟ ସହ ଚୁକ୍ତିନାମା ସ୍ୱାକ୍ଷର କରିଛି। ଭୁବନେଶ୍ୱର ଏମ୍ସ, ଆଇଆଇଟି ଭୁବନେଶ୍ୱର, ନାଇଜର, ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଓ ଜର୍ମାନୀର ଏକ ବିଶ୍ୱବିଦ୍ୟାଳୟ ସହ ଚୁକ୍ତିନାମା ସ୍ୱାକ୍ଷର ହୋଇଛି। ବିଦେଶର ଅଧ୍ୟାପକ ଅନଲାଇନରେ ଓଡ଼ିଶାର ଡାକ୍ତରୀ ଛାତ୍ରଙ୍କୁ ପାଠ ପଢାଇବେ। ଏଥିସହ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଗବେଷଣା ପାଇଁ ଓଡ଼ିଆ ଛାତ୍ରଛାତ୍ରୀ ସୁଯୋଗ ବି ପାଇବେ। 

ମେଡିକାଲ କଲେଜରେ ଅଧ୍ୟାପକଙ୍କ ସଂଖ୍ୟା କମ ଥିବାରୁ ଏହାର ସମାଧାନ ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି ସ୍ୱାସ୍ଥ୍ୟ ବିଭାଗ । ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ବିଭିନ୍ନ ମେଡିକାଲ କଲେଜରେ ପାଠ ପଢାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe