ଦେଶରେ ହେବ ଜାତିଭିତ୍ତିକ ଜନଗଣନା, କେନ୍ଦ୍ର କ୍ୟାବିନେଟରେ ବାଜିଲା ମୋହର

Advertisment

ଦୀର୍ଘ ବର୍ଷ ହେଲା ଜାତିକୁ କେନ୍ଦ୍ର କରି ଦେଶର ରାଜନୀତି ଘୂରି ବୁଲୁଛି । ୟୁପି, ବିହାର ଭଳି ରାଜ୍ୟରେ ଜାତି ରାଜନୀତି କେନ୍ଦ୍ର ବିନ୍ଦୁ ପାଲଟିଛି । ଯେଉଁ ରାଜନେତାଙ୍କୁ ଜାତିଗତ ସମର୍ଥନ ମିଳିଛି ସେମାନେ ଦବଦବା ଜାହିର କରି ଆସୁଛନ୍ତି ।

ଦୀର୍ଘ ବର୍ଷ ହେଲା ଜାତିକୁ କେନ୍ଦ୍ର କରି ଦେଶର ରାଜନୀତି ଘୂରି ବୁଲୁଛି । ୟୁପି, ବିହାର ଭଳି ରାଜ୍ୟରେ ଜାତି ରାଜନୀତି କେନ୍ଦ୍ର ବିନ୍ଦୁ ପାଲଟିଛି । ଯେଉଁ ରାଜନେତାଙ୍କୁ ଜାତିଗତ ସମର୍ଥନ ମିଳିଛି ସେମାନେ ଦବଦବା ଜାହିର କରି ଆସୁଛନ୍ତି ।

7 PM 3

Photograph: (kanakNews)

କନକ ବ୍ୟୁରୋ : ଦୀର୍ଘ ବର୍ଷ ହେଲା ଜାତିକୁ କେନ୍ଦ୍ର କରି ଦେଶର ରାଜନୀତି ଘୂରି ବୁଲୁଛି । ୟୁପି, ବିହାର ଭଳି ରାଜ୍ୟରେ ଜାତି ରାଜନୀତି କେନ୍ଦ୍ର ବିନ୍ଦୁ ପାଲଟିଛି । ଯେଉଁ ରାଜନେତାଙ୍କୁ ଜାତିଗତ ସମର୍ଥନ ମିଳିଛି ସେମାନେ ଦବଦବା ଜାହିର କରି ଆସୁଛନ୍ତି । ଗତ ସାଧାରଣ ନିର୍ବାଚନ ସମୟରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଆଉ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍ ମାରିଛନ୍ତି ମୋଦୀ । କେନ୍ଦ୍ର କ୍ୟାବିନେଟ କମିଟି ବା ସିସିଏ ଜାତିଗତ ଜନଗଣନାକୁ ଅନୁମତି ଦେଇଛି। ନିଷ୍ପତି ଅନୁସାରେ ସାରାଦେଶରେ ଜାତିଭିତ୍ତିକ ଜନଗଣନା କରାଯିବ। କ୍ୟାବିନେଟ ବୈଠକ ପରେ ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। 

୨୦୨୬ରେ ହେବାକୁ ଥିବା ଜନଗଣନା ସହ ହେବ ଜାତିଗତ ଜନଗଣନା । ଲୋକଙ୍କ ସାମାଜିକ ଦୃଷ୍ଟିକୋଣକୁ ବିଚାରକୁ ନେଇ ଜାତିଗତ ଜନଗଣନା ପାଇଁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏଥିସହ ପୂର୍ବ କଂଗ୍ରେସ ସରକାର ଓ ତାର ସହଯୋଗୀ ଦଳକୁ ସମାଲୋଚନା କରିଛନ୍ତି ଅଶ୍ବିନୀ । ଜାତିକୁ ନେଇ କଂଗ୍ରେସ କେବଳ ରାଜନୀତି କରୁଛି ବୋଲି କହିଛନ୍ତି । ତେବେ ଅଶ୍ବିନୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ରାହୁଲ ଗାନ୍ଧୀଙ୍କୁଙ୍କ ଶ୍ରେୟ ଦେଇଛନ୍ତି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଅନ୍ୟପଟେ ଦୀର୍ଘ ବର୍ଷ ହେଲା ଜାତିଗତ ଜନଗଣନା ପାଇଁ ଦାବି କରି ଆସୁଛି ବୋଲି କହିଛି ବିଜେଡି ।

ଓଡ଼ିଶାରେ ଜାତିଭିତ୍ତିକ ରାଜନୀତିର ପ୍ରଭାବ ବେଶୀ ନଥିଲେ ବି ଗତ ନିର୍ବାଚନରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାଲଟିଥିଲା। ତେଣୁ ଜାତିଭିତ୍ତିକ ଜନଗଣନା କେଉଁ ଆଡକୁ ଗତି କରୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe