କନକ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ଥାୟୀ ସ୍ମାରକସ୍ଥଳ ନିର୍ମାଣ ବିବାଦ ଭିତରେ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ମନମୋହନ ସିଂହଙ୍କ ସ୍ମାରକସ୍ଥଳୀ ନିର୍ମାଣ ପାଇଁ ଆଗାମୀ ୩ରୁ ୪ ଦିନ ମଧ୍ୟରେ ସ୍ଥାନ ନିର୍ଦ୍ଧାରଣ ହେବା ନେଇ ସୂଚନା ମିଳିଛି। ମନମୋହନ ସିଂଙ୍କ ପରିବାରକୁ ସ୍ମାରକ ସମ୍ବନ୍ଧରେ ସୂଚନା ଦିଆଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଗୃହ ମନ୍ତ୍ରାଳୟ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମାରକୀ ସମ୍ପର୍କିତ ମାମଲାରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ସ୍ଥାନ ସମ୍ପର୍କରେ କେନ୍ଦ୍ର ସରକାର, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଅବଗତ କରାଇଥିଲେ।
ବିବୃତିରେ କୁହାଯାଇଛି ଯେ, କ୍ୟାବିନେଟ୍ ବୈଠକର କିଛି ସମୟ ପରେ ଗୃହମନ୍ତ୍ରୀ ଅମିତ ଶାହ ସ୍ମାରକୀ ପାଇଁ ସରକାର ଜମି ଆବଣ୍ଟନ କରିବେ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଡକ୍ଟର ମନମୋହନ ସିଂହଙ୍କ ପରିବାରକୁ ଜଣାଇଛନ୍ତି। ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମନମୋହନ ସିଂହଙ୍କ ସ୍ମୃତିରେ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ କରାଯାଇ ସେଠାରେ ସ୍ମାରକସ୍ଥଳୀ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ଏକ ସାଧାରଣ ପୃଷ୍ଠଭୂମିରୁ ଆସି ବିଭାଜନର ଯନ୍ତ୍ରଣା ଅନୁଭବ କରୁଥିବା ମନମୋହନ ସିଂହ ଏବଂ ତାଙ୍କର ଦୃଢ଼ ସଂକଳ୍ପ ଯୋଗୁଁ ବିଶ୍ୱର ଜଣେ ଆଗଧାଡ଼ିର ରାଜନେତା ହୋଇପାରିଥିଲେ। ତେଣୁ ତାଙ୍କ ରାଜନୈତିକ ମର୍ଯ୍ୟାଦା ଅନୁସାରେ ତାଙ୍କ ସ୍ମାରକୀ ନିର୍ମାଣ କରାଯାଇପାରୁଥିବା ସ୍ଥାନରେ ଅନ୍ତିମ ସଂସ୍କାର କରାଯାଉ ବୋଲି ଚିଠିରେ ଉଲ୍ଲେଖ କରିଥିଲେ ଖଡଗେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/12/28/jh2Xv2z6H4On5HdUjtI4.jpg)