କନକ ବ୍ୟୁରୋ:  ମିଛ ହେଲା ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଦାବି । ଟ୍ରମ୍ପଙ୍କୁ ସାକ୍ଷାତ ନକରି ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀ ଫେରିବା ପରେ ସତ ଉପରୁ ପର୍ଦ୍ଦା ଉଠିଛି । ମୋଦୀଙ୍କ ଆମେରିକା ଗସ୍ତ ପୂର୍ବରୁ ଟ୍ରମ୍ପ ଦାବି କରିଥିଲେ କି ମୋଦୀଙ୍କ ସହ ତାଙ୍କର ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ଏପରିକି ଏନେଇ ସେ ସୋସିଆଲ ମିଡିଆରେ ସୂଚନା ମଧ୍ୟ ଦେଇଥିଲେ । ହେଲେ ଟ୍ରମ୍ପଙ୍କ ଏହି ସୂଚନା ମିଛ ବୋଲି ସ୍ପଷ୍ଟ ହୋଇଛି । ତେବେ ଏନେଇ କମଲା ହ୍ୟାରିସଙ୍କ ସହ ଭେଟିବାର କୌଣସି କାର୍ଯ୍ୟକ୍ରମ ନଥିଲା ବୋଲି ଭାରତ ପକ୍ଷରୁ କୁହାଯାଇଛି ।