ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ଡାକ୍ତରଙ୍କ ମଧ୍ୟରେ ହୋଇପାରିଲାନି ଆଲୋଚନା: ଲାଇଭ ଷ୍ଟ୍ରିମିଂ ପାଇଁ ଅଡି ବସିଲେ ଆନ୍ଦୋଳନକାରୀ ଡାକ୍ତର

Advertisment

ପଶ୍ଚିମବଙ୍ଗରେ ଆନ୍ଦୋଳନରତ ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହୋଇପାରିନାହିଁ । ଜୁନିଅର ଡାକ୍ତର ଆଲୋଚନା ଲାଇଭ ଷ୍ଟ୍ରିମିଂ ଓ ଭିଡିଓ ରେକର୍ଡିଂ ପାଇଁ ଅଡିବସିଥିଲେ । ମମତା ବୁଝାଇବାକୁ ଉଦ୍ୟମ କରିଥିଲେ ବି  ଡାକ୍ତର ଶୁଣିନଥିଲେ ।

ପଶ୍ଚିମବଙ୍ଗରେ ଆନ୍ଦୋଳନରତ ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହୋଇପାରିନାହିଁ । ଜୁନିଅର ଡାକ୍ତର ଆଲୋଚନା ଲାଇଭ ଷ୍ଟ୍ରିମିଂ ଓ ଭିଡିଓ ରେକର୍ଡିଂ ପାଇଁ ଅଡିବସିଥିଲେ । ମମତା ବୁଝାଇବାକୁ ଉଦ୍ୟମ କରିଥିଲେ ବି  ଡାକ୍ତର ଶୁଣିନଥିଲେ ।

asxas

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଆନ୍ଦୋଳନରତ ଡାକ୍ତରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହୋଇପାରିନାହିଁ । ଜୁନିଅର ଡାକ୍ତର ଆଲୋଚନା ଲାଇଭ ଷ୍ଟ୍ରିମିଂ ଓ ଭିଡିଓ ରେକର୍ଡିଂ ପାଇଁ ଅଡିବସିଥିଲେ । ମମତା ବୁଝାଇବାକୁ ଉଦ୍ୟମ କରିଥିଲେ ବି  ଡାକ୍ତର ଶୁଣିନଥିଲେ । ହାତ ଯୋଡିଥିଲେ ମୁଖ୍ୟମନ୍ତ୍ରୀ । ଶେଷରେ ଆନ୍ଦୋଳନକାରୀ ଡାକ୍ତର ଫେରିଯାଇଥିଲେ । କୋଲକାତା ଆର.ଜି କର ମେଡିକାଲ କଲେଜ ଓ ହସପିଟାଲରେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଡାକ୍ତରମାନେ ଆନ୍ଦୋଳନ ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ଆଲୋଚନା ହୋଇନପାରିବା ପରେ ଦିଦି ପୁଣିଥରେ ଚା’ ପାଇଁ ଆନ୍ଦୋଳନରତ ଡାକ୍ତରଙ୍କୁ ଅଫର୍ କରିଥିଲେ। ତେବେ ଡାକ୍ତରମାନେ ଏହି ଅଫରକୁ ସିଧା ସିଧା ପ୍ରତ୍ୟାଖ୍ୟାନ କରିଛନ୍ତି। 

୫ଟି ଦାବି ନେଇ ଜୁନିୟର ଡାକ୍ତରମାନେ ୩୫ ଦିନ ହେଲା ଆନ୍ଦୋଳନ ଚଳାଇଛନ୍ତି ।  ଡାକ୍ତରମାନେ  ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ପ୍ରମାଣ ନଷ୍ଟ କରିଥିବା ଅଭିଯୁକ୍ତଙ୍କୁ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି । ସେହିଭଳି ମେଡିକାଲ କଲେଜର ପୂର୍ବ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ । କୋଲକାତା ପୋଲିସ କମିଶନର ଓ ସ୍ବାସ୍ଥ୍ୟ ସଚିବଙ୍କ ଇସ୍ତଫା ଦାବି । ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରାଯାଉ । ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନରେ ‘ଧମକ ସଂସ୍କୃତି’କୁ ଶେଷ କରାଯାଉ ବୋଲି ଡାକ୍ତର ଦାବି କରୁଛନ୍ତି।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe