ମହାକୁମ୍ଭରେ ଅସମ୍ଭାଳ ଭିଡ ; ୩୦ କିଲୋମିଟର ଯାଏଁ ଟ୍ରାଫିକ୍ ଜାମ୍।

 ମହାକୁମ୍ଭରେ ଅସମ୍ଭାଳ ଭିଡ ; ୩୦ କିଲୋମିଟର ଯାଏଁ ଟ୍ରାଫିକ୍ ଜାମ୍।  ବ୍ୟାରିକେଡ୍ ଭାଙ୍ଗି ସଙ୍ଗମ ତଟରେ ପହଞ୍ଚିଲେ ଶ୍ରଦ୍ଧାଳୁ

mahakumbh

mahakumbh Photograph: (kanakNews)

କନକ ବ୍ୟୁରୋ: ପ୍ରୟାଗରାଜ ମହାକୁମ୍ଭ ବୁଡ ଲାଗି ଆଜି ବି ଅସମ୍ଭାଳ ଭିଡ । କାନପୁର ହାଇୱେରେ ପାଖାପାଖି ୩୦ କିଲୋମିଟର ଯାଏଁ ଟ୍ରାଫିକ୍ ଜାମ୍ ଯୋଗୁଁ ହଟହଟା ଯାତ୍ରୀ । ବାଧ୍ୟ ହୋଇ ଚାଲିଚାଲି ଯାଉଛନ୍ତି ଶ୍ରଦ୍ଧାଳୁ । ପରିସ୍ଥିତି ଏପରି ହୋଇଛି ଯେ , ଶେଷରେ ବ୍ୟାରିକେଡ ଭାଙ୍ଗି ସଙ୍ଗମ ତଟରେ ପହଞ୍ଚିଲେ ଶ୍ରଦ୍ଧାଳୁ । ପାର୍କିଂରେ ଲୋକେ ନିଜ ଗାଡିକୁ ଖୋଜିଖୋଜି ପାଉନାହାଁନ୍ତି । ଭିଡ ଯୋଗୁଁ ରାସ୍ତାରେ ଘଣ୍ଟା ଘଣ୍ଟା ଫସି ରହିଲେ ଶ୍ରଦ୍ଧାଳୁ । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅଖିଳେଶ ଯାଦବ । ଶ୍ରଦ୍ଧାଳୁଙ୍କୁ ଏ ଭିଡରୁ ଉଦ୍ଧାର କରିବାକୁ ସରକାରଙ୍କୁ ଏକ୍ସରେ ଅପିଲ କରିଛନ୍ତି। 

ପୂର୍ବରୁ ମୌନୀ ଏକାଦଶୀରେ ମଧ୍ୟ ମହାକୁମ୍ଭରେ ପ୍ରବଳ ଭିଡ ହେବାରୁ ଦଳାଚକଟା ପରିସ୍ଥିତି ଦେଖାଦେଇଥିଲା । ଫଳରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ତୁମ୍ବିତୋଫାନ ହୋଇଥିଲା । ଏହି ଘଟଣା ପରେ ବୁଡ ପକାଇବାକୁ ଯାଇଥିବା ପରିବାରର ଅନେକ ସଦସ୍ୟ ନିଖୋଜ ହୋଇଯାଇଥିଲା, ଯାହାଙ୍କୁ ସନ୍ଧାନ ଏଯାଏଁ ବି ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe