କନକ ବ୍ୟୁରୋ : ଦୀପାବଳି ପୂର୍ବରୁ ବାଣ ଦୋକାନରେ ଲାଗିଲା ଭୟଙ୍କର ନିଆଁ । ହାଇଦ୍ରାବାଦର ଏକ ବାଣ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ଏକ ରେଷ୍ଟୁରାଣ୍ଟ ସଂପୂର୍ଣ୍ଣ ଜଳିଯାଇଛି । ୭-୮ଟି କାର ପୋଡି ପାଉଁଶ ହୋଇଯାଇଛି , ଜଣେ ମହିଳା ସାମାନ୍ୟ ଆହତ ହୋଇଛନ୍ତି । ସୁଲତାନ ବଜାର ଏସିପି ଶଙ୍କର କହିଛନ୍ତି ଯେ ରାତି ପ୍ରାୟ ୧୦.୩୦-୧୦.୪୫ ରେ ନିଆଁ ଲିଭାଯାଇଥିଲା । ବାଣ ଦୋକାନର ନାଁ ହେଉଛି ପାରାସ୍ ଫାୟାରୱର୍କସ୍ ଏବଂ ଦୋକାନରେ କୌଣସି ପ୍ରମାଣପତ୍ର ନାହିଁ । ଏହା ଏକ ବେଆଇନ ଦୋକାନ ଥିଲା । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ପାଖରେ ଥିବା ରେଷ୍ଟୁରାଣ୍ଟ ମଧ୍ୟ ନଷ୍ଟ ହୋଇଯାଇଛି । ରେଷ୍ଟୁରାଣ୍ଟରେ ନିଆଁ ଲାଗିଯିବା ସହ ଏହାର ଆଖପାଖ ଅଞ୍ଚଳରେ ପ୍ରଭାବ ପଡିଛି ।  ଯଦି ଏହା ଏକ ଆବାସିକ ଅଞ୍ଚଳ ହୋଇଥାନ୍ତା ତେବେ ବହୁ କ୍ଷତି ହୋଇଥାନ୍ତା ବୋଲି ଏସିପି କହିଥିଲେ ।