ମତେ ମାରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା, ଜେଲରୁ ମୁକୁଳି ବଡ଼ ବୟାନ ରଖିଲେ ପପ୍ପୁ ଯାଦବ

Advertisment

ବେଉର ଜେଲରୁ ବାହାରିଲେ ପୂର୍ଣ୍ଣିଆ ସାଂସଦ ପପ୍ପୁ ଯାଦବ । ଜେଲରୁ ବାହାରିବା ପରେ ପପ୍ପୁ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି ଯେ ତାଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚାଯାଇଥିଲା

ବେଉର ଜେଲରୁ ବାହାରିଲେ ପୂର୍ଣ୍ଣିଆ ସାଂସଦ ପପ୍ପୁ ଯାଦବ । ଜେଲରୁ ବାହାରିବା ପରେ ପପ୍ପୁ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି ଯେ ତାଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚାଯାଇଥିଲା

13bbs_65_13022026_111

Photograph: (kanaknews)

କନକବ୍ୟୁରୋ : ବେଉର ଜେଲରୁ ବାହାରିଲେ ପୂର୍ଣ୍ଣିଆ ସାଂସଦ ପପ୍ପୁ ଯାଦବ । ଜେଲରୁ ବାହାରିବା ପରେ ପପ୍ପୁ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି ଯେ ତାଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚାଯାଇଥିଲା ଏବଂ ସେ ଏହି ମାମଲାକୁ ସୁପ୍ରିମକୋର୍ଟ ଓ ଲୋକସଭା ବାଚସ୍ପତିଙ୍କ ନିକଟରେ ଉଠାଇବେ ।
ପୂର୍ଣ୍ଣିଆ ସାଂସଦ ପପ୍ପୁ ଯାଦବଙ୍କୁ ଏକ ବଡ଼ ଆଇନଗତ ଆଶ୍ୱସ୍ତି ମିଳିଛି ।

ପାଟନା ଓ ପୂର୍ଣ୍ଣିଆର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ତିନୋଟି ମାମଲାରେ ତାଙ୍କୁ ଜାମିନ ମିଳିଛି ।  କୋର୍ଟରୁ ଜାମିନ ପାଇବା ପରେ ପପ୍ପୁ ଯାଦବ ଏବେ ଜେଲରୁ ବାହାରକୁ ଆସିଛନ୍ତି ।  ତେବେ ଜେଲରୁ ବାହାରିବା ପରେ ପପ୍ପୁ ଯାଦବ ଯେଉଁ ବୟାନ ଦେଇଛନ୍ତି ତାହା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି । ଆଗାମୀ ଦିନରେ ଏହି ମାମଲା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe