କନକବ୍ୟୁରୋ : ବେଉର ଜେଲରୁ ବାହାରିଲେ ପୂର୍ଣ୍ଣିଆ ସାଂସଦ ପପ୍ପୁ ଯାଦବ । ଜେଲରୁ ବାହାରିବା ପରେ ପପ୍ପୁ ଯାଦବ ଏକ ବଡ଼ ବୟାନ ଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମ ଆଗରେ ଦାବି କରିଛନ୍ତି ଯେ ତାଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚାଯାଇଥିଲା ଏବଂ ସେ ଏହି ମାମଲାକୁ ସୁପ୍ରିମକୋର୍ଟ ଓ ଲୋକସଭା ବାଚସ୍ପତିଙ୍କ ନିକଟରେ ଉଠାଇବେ ।
ପୂର୍ଣ୍ଣିଆ ସାଂସଦ ପପ୍ପୁ ଯାଦବଙ୍କୁ ଏକ ବଡ଼ ଆଇନଗତ ଆଶ୍ୱସ୍ତି ମିଳିଛି ।

Advertisment

ପାଟନା ଓ ପୂର୍ଣ୍ଣିଆର ବିଭିନ୍ନ ଥାନାରେ ରୁଜୁ ହୋଇଥିବା ତିନୋଟି ମାମଲାରେ ତାଙ୍କୁ ଜାମିନ ମିଳିଛି ।  କୋର୍ଟରୁ ଜାମିନ ପାଇବା ପରେ ପପ୍ପୁ ଯାଦବ ଏବେ ଜେଲରୁ ବାହାରକୁ ଆସିଛନ୍ତି ।  ତେବେ ଜେଲରୁ ବାହାରିବା ପରେ ପପ୍ପୁ ଯାଦବ ଯେଉଁ ବୟାନ ଦେଇଛନ୍ତି ତାହା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି । ଆଗାମୀ ଦିନରେ ଏହି ମାମଲା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।