କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିଗମରେ ଷ୍ଟାଣ୍ଡିଂ କମିଟିକୁ ନେଇ ବିବାଦ ଲାଗି ରହିଛି । ଆଜି ବୈଠକରେ ବିଜେଡିର ଗୋଟିଏ ଗୋଷ୍ଠୀ କର୍ପୋରେଟର ଷ୍ଟାଣ୍ଡିଂ କମିଟିକୁ ବିରୋଧ କରିଥିଲେ । ବୈଠକ ତାରିଖକୁ ନେଇ ବି ପାଟିତୁଣ୍ଡ ହୋଇଥିଲା । ନୂଆ ଷ୍ଟାଣ୍ଡିଂ କମିଟି ପାଇଁ ଗୋଟିଏ ଗୋଷ୍ଠୀ ବିଜେଡି କର୍ପୋରେଟର ଦାବି କରିଥିଲେ । ଏହାକୁ ମେୟରଙ୍କ ସମର୍ଥକ ଗ୍ରହଣ ନ କରିବାରୁ ହୋହଲ୍ଲା ହୋଇଥିଲା । ଅନ୍ୟ ଗୋଷ୍ଠୀ କର୍ପୋରେଟର ବିଜେଡି ସୁପ୍ରିମୋଙ୍କୁ ଇସ୍ତଫାପତ୍ର ପଠାଇ ଦେଇଛନ୍ତି ।
କମିଶନରଙ୍କ ସହ ୨୬ ନମ୍ବର କର୍ପୋରେଟଙ୍କର ବଚସା ହୋଇଥିଲା । ବୈଠକରେ କମିଶନର ରହିବା କିଛି ଆବଶ୍ୟକ ନାହିଁ ବୋଲି କର୍ପୋରେଟର କହିବାରୁ କମିଶନର ବୈଠକ ଛାଡ଼ି ପଳାଇଥିଲେ । ବିବାଦ ବଢ଼ିବାରୁ ମେୟରଙ୍କ ବିରୋଧୀ କର୍ପୋରେଟର ଗୋଷ୍ଠୀ ମୁଖ୍ୟ ଫାଟକରେ ଧାରଣା ଦେଇଥିଲେ । ବ୍ରହ୍ମପୁରରେ ବିଜେଡିର ଦୁଇଗୋଷ୍ଠୀ କର୍ପୋରେଟରଙ୍କ ମଧ୍ୟରେ ବିବାଦ ଚର୍ଚ୍ଚାର ବିଷୟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/29/37-2025-08-29-18-46-37.jpg)