ରାଜଧାନୀରେ ଚାଲିଥିଲା ଅପମିଶ୍ରିତ ମଦ କାରବାର । ବୁଲଡୋଜର ଚଢାଇଦେଲେ ସରକାର

Advertisment

ସରକାରୀ ସୀକୃତି ପ୍ରାପ୍ତ ଏହି ଦୋକାନରେ ବିକ୍ରି ହେଉଥିଲା ନକଲି ମଦ। ଦେଖନ୍ତୁ କେମିତି ତିଆରି ହେଥିଲା ନକଲି ମଦ । ପୁରୁଣା ମଦ ବୋତଲରେ ପାଣି ଭର୍ତି କରି ନକଲି ସିଲ୍ ଆଉ ଠିପି ଲଗାଇ ଗରାଖଙ୍କୁ ବିକୁଥିଲେ ଏମାନେ। ଲକ୍ଷ ଲକ୍ଷ ଟଙ୍କାର ହେରାଫେରି କରିଥିବା ଏହି ମଦ ଦୋକାନରେ ପଶି ଛାନଭିନ କରିବା ପରେ, ପୁରା ଚିତ୍ର ସାମନାକୁ ଆସିଥିଲା। ୫ କର୍ମଚାରୀଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ବେଳେ, ଦୋକନ ମାଲିକ ଛୁ ମାରିଛନ୍ତି । 

33୍୍୍

କନକ ବ୍ୟୁରୋ : ଭୁବନେଶ୍ୱରରେ ୟୁପି ଷ୍ଟାଇଲ। ମଦ ଉପରେ ଚଢିଲା ବୁଲଡୋଜର। ଖଣ୍ଡଗିରି ଛକରେ ଥିବା ଏକ ମଦ ଦୋକାନ । ଦୋକାନ ଆଗରେ ପେଟି ପେଟି ମଦ ବୋତଲକୁ ଭଙ୍ଗା ଯାଉଛି। ଲକ୍ଷ ଲକ୍ଷ ଟଙ୍କାର ମଦ ନଷ୍ଟ କରିଛି ଅବକାରୀ ବିଭାଗ।

ସରକାରୀ ସୀକୃତି ପ୍ରାପ୍ତ ଏହି ଦୋକାନରେ ବିକ୍ରି ହେଉଥିଲା ନକଲି ମଦ। ଦେଖନ୍ତୁ କେମିତି ତିଆରି ହେଥିଲା ନକଲି ମଦ। ପୁରୁଣା ମଦ ବୋତଲରେ ପାଣି ଭର୍ତି କରି ନକଲି ସିଲ୍ ଆଉ ଠିପି ଲଗାଇ ଗରାଖଙ୍କୁ ବିକୁଥିଲେ ଏମାନେ। ଲକ୍ଷ ଲକ୍ଷ ଟଙ୍କାର ହେରାଫେରି କରିଥିବା ଏହି ମଦ ଦୋକାନରେ ପଶି ଛାନଭିନ କରିବା ପରେ, ପୁରା ଚିତ୍ର ସାମନାକୁ ଆସିଥିଲା। ୫ କର୍ମଚାରୀଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ବେଳେ, ଦୋକନ ମାଲିକ ଛୁ ମାରିଛନ୍ତି। 

ଦୋକାନରେ ଥିବା ଗୋଟି ଗୋଟି ବ୍ରାଣ୍ଡର ମଦକୁ ସଂଗ୍ରହ କରି ଏହାର ମାନ ଜାଣିବାକୁ  ପରୀକ୍ଷାଗାରୀକୁ ପଠାଇଛି ଅବକାରୀ ବିଭାଗ। ତଦନ୍ତ ବେଳେ ଜଣା ପଡିଛି ଏହି ଦୋକାନରେ ୫୦ ଲକ୍ଷ ଟଙ୍କାର ମଦ ଗଛିତ ରହିଥିଲା। ସମସ୍ତ ମଦକୁ ଜବତ କରିବା ସହ ଦୋକାନୀର ଲାଇସେନ୍ସକୁ ରଦ୍ଦ କରିଛି ଅବକାରୀ ବିଭାଗ। ଏଥିସହ ଓଡିଶାରେ ଥିବା ସମଂସ୍ତ ମଦ ଦୋକାନରେ ନକଲି ମଦ କାରବାରର ଅବକାରୀ ବିଭାଗ ଖୋଳତାଡ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଆବଶ୍ୟକ ସ୍ଥଳେ କ୍ରାଇମବ୍ରାଞ୍ଚର ସହାୟତା ନିଆଯିବ। 

ରାଜ୍ୟରେ ମଦ ମୃତ୍ୟୁ ପରେ, ମଦ ମାଫିଆଙ୍କୁ ସାବାଡ କରିବାକୁ ଏବେ ଆକ୍ସନ ମୋଡରେ ଅବକାରୀ ବିଭାଗ। ହେଲେ ବେଧଡକ ଭାବେ ବେଆଇନ ମଦ କାରବାର କରୁଥିବା ମାଫିଆଙ୍କ ତାଲିକା ପ୍ରସ୍ତୁତ କରିଛି ବିଭାଗ। ରାଜଧାନୀ ଛାତିରେ ନକଲି ମଦ ବିକ୍ରି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe