କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି । ଏହି ସମ୍ମିଳନୀର ପ୍ରଥମ ଦିନର ତୃତୀୟ ଅଧିବେଶନରେ ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ ଜଳବାୟୁ ଶାସନକୁ ଲୋକତାନ୍ତ୍ରିକ କରିବା ଶୀର୍ଷକ ଆଲୋଚନାରେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି , ମାଟି ମା’ ଆଜି କାନ୍ଦୁଛି । ଆମେ ଏନେଇ ପଦକ୍ଷେପ ନେବା ଆବଶ୍ୟକ । ଏକ୍ଷେତ୍ରରେ ସମ୍ବାଦର ପୁନଶ୍ଚ ପୃଥିବୀ ଅଭିଯାନ ଅଭିନନ୍ଦନୀୟ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ,ପ୍ରଦୂଷଣ ତଥା ବିଶ୍ବତାପନ ନେଇ ସମ୍ବାଦ ଯେଉଁ ପରିବେଶ ଯୋଦ୍ଧା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖିଛି ତାହା ସ୍ବାଗତ ଯୋଗ୍ୟ । ଏନେଇ ବିଧାନସଭାରେ ତର୍କ ହେବାର ଆବଶ୍ୟକତା ରହିଛି । ବିଗତ ବିଧାନସଭାରେ ଗଛ ଲଗାଇବା ଏବଂ କେତେ ଗଛ ବଞ୍ଚିଛି ତାହାର ହିସାବ ଦେବା ନେଇ ଆଲୋଚନା ହେବା ଆବଶ୍ୟକ । ସରକାର ଡିଜିଟାଲ ସର୍ଭେ ମାଧ୍ୟମରେ ଜଙ୍ଗଲ ସୀମା ନିର୍ଦ୍ଧାରଣ କରିବା ଜାରି ରହିଛି । ଏବେ ଭାରତରେ ସ୍ବଚ୍ଛ ଭାରତ ଅଭିଯାନ ଜାରି ରହିଛି । ଜାଳେଣି କାଠ ବଦଳରେ ଲୋକଙ୍କୁ ଗ୍ୟାସ୍ ଯୋଗାଇ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/06/5-2025-10-06-16-12-38.jpg)