ଇସ୍ରାଏଲ ଉପରେ ହୋଇପାରେ ବଡ ଧରଣର ଆକ୍ରମଣ ; ସତର୍କ କଲା ଆମେରିକା ଗୁପ୍ତଚର ଏଜେନ୍ସି

ମୁସଲିମ ଦେଶଙ୍କ ବିରୋଧରେ ଇସ୍ରାଏଲର ଯୁଦ୍ଧକୁ ବର୍ଷେ । ଇରାନର ପ୍ରକ୍ସି ଆତଙ୍କୀ ସଂଗଠନମାନେ ଇସ୍ରାଏଲ ଉପରେ କରିପାରନ୍ତି ବଡ଼ ଆକ୍ରମଣ । ଆମେରିକାର ଗୁପ୍ତଚର ଏଜେନ୍ସି ଏଫବିଆଇ ଜାରି କଲା ସତର୍କତା । ସାତ ପଟୁ ଘେରି ଆକ୍ରମଣ ପାଇଁ ବ୍ଲୁ ପ୍ରିଣ୍ଟ ।

500000011

କନକ ବ୍ୟୁରୋ: ମୁସଲିମ ଦେଶଙ୍କ ବିରୋଧରେ ଇସ୍ରାଏଲର ଯୁଦ୍ଧକୁ ବର୍ଷେ ପୁରିବାକୁ ଯାଉଛି । ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ପ୍ରଥମେ ହମାସ ଆକ୍ରମଣ କରିଥିଲା  । ଏହି ଆକ୍ରମଣକୁ ବର୍ଷେ ପୂରଣ ହେବାକୁ ଯାଉଛି। ପୁଣି ଥରେ ଇସ୍ରାଏଲ କମ୍ପିତ ହେବାର ଆଶଙ୍କା ରହିଛି । ଏଥର ଇସ୍ରାଏଲ ଉପରେ ହୋଇପାରେ ବଡ ଧରଣର ଆକ୍ରମଣ । ଆମେରିକାର ଗୁପ୍ତଚର ଏଜେନ୍ସି ଏଫବିଆଇ ଏକ ସତର୍କ ସୂଚନା ଜାରି କରିଛି । 

ଇରାନର ପ୍ରକ୍ସି ସଂଗଠନମାନେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ୟେମେନ, ସିରିଆ ଏବଂ ଇରାକ ଆଦି ୩ ଦେଶରୁ ହଜାର ହଜାର ଯୋଦ୍ଧା ଲେବାନନରେ ପହଞ୍ଚିଛନ୍ତି । ଇରାନର ପ୍ରକ୍ସି ଆକ୍ରମଣ ପାଇଁ ଇରାନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଇସ୍ରାଏଲର ସହର ସହିତ ଗୋଲାନ୍ ହାଇଟ୍ସ ଉପରେ ମଧ୍ୟ ଆକ୍ରମଣ କରାଯାଇପାରେ । ବର୍ତ୍ତମାନ ଏହି ଆକ୍ରମଣ ପାଇଁ କେବଳ ଇରାନର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଅଲ୍ଲି ଖାମେନିଙ୍କ ଆଦେଶକୁ ଅପେକ୍ଷା କରାଯାଇଛି । ଯାହା ପରେ ଇରାନର ପ୍ରକ୍ସି ଯୋଦ୍ଧାମାନେ ଗତ ବର୍ଷ ଅକ୍ଟୋବର ୭ ପରି  ଆକ୍ରମଣ କରିବେ ବୋଲି ଆଶଙ୍କା ପ୍ରକାଶ ପାଇଛି । ତେବେ, ତ୍ରିସ୍ତରୀୟ ପ୍ରତିରକ୍ଷା ବ୍ୟବସ୍ଥା ସ୍ଥାପନ କରି ଆକ୍ରମଣକୁ ରୋକିବା ପାଇଁ ଇସ୍ରାଏଲ ଯୋଜନା କରିଛି । 
ଏହାସହ ସୀମାରେ ଅତିରିକ୍ତ ନିୟୋଜନ ମଧ୍ୟ କରାଯାଇଛି । ଶୁକ୍ରବାର ଦିନ, ଖାମେନି ଜିହାଦି ଭାଷଣ ଦେଇଥିବାରୁ ଇରାନର ପ୍ରକ୍ସି ସଦସ୍ୟଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଯେହେତୁ ଖାମେନି ଇସ୍ରାଏଲ ବିରୁଦ୍ଧରେ କହୁଥିଲେ, ଇରାନର ପ୍ରକ୍ସି ସଂଗଠନମାନେ ଇସ୍ରାଏଲର ବିନାଶ ବିଷୟରେ ଯୋଜନା କରିବା ଆରମ୍ଭ କରିଛନ୍ତି। ଏହାର ପରିଣାମ ସ୍ୱରୂପ ଇରାନର ପ୍ରକ୍ସି ସଂଗଠନର ହଜାର ହଜାର ଯୋଦ୍ଧା ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନେ ଲେବାନନ୍ ଯାଇ ହିଜବୁଲ୍ଲାକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି। ଗତ ବର୍ଷ ହମାସ ଆତଙ୍କ ସୃଷ୍ଟି କରିଥିଲା, ଏଥର ହିଜବୁଲ୍ଲା ଏବଂ ହୁତି ବିଦ୍ରୋହୀ ଏକାଠି ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe