ଭୁବନେଶ୍ୱରକୁ ମିଳିବନି ପାଣି! ବନ୍ଦ ରହିବ ମୁଣ୍ଡଳିରୁ ଜଳଯୋଗାଣ

ରାଜଧାନୀର କିଛି ଅଞ୍ଚଳରେ ଦେଖାଦେଇପାରେ ଜଳ ସଙ୍କଟ । ୧୮ ତାରିଖ ଅପରାହ୍ନ ୨ଟାରୁ ୧୯ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜଳସଙ୍କଟର ସାମ୍ନା କରିପାରନ୍ତି ରାଜଧାନୀର କିଛି ଅଞ୍ଚଳର ବାସିନ୍ଦା । ମୁଖ୍ୟ ଜଳଯୋଗାଣ ପାଇପ ମରାମତି ପାଇଁ ମୁଣ୍ଡଳିରୁ ଜଳଯୋଗାଣ ବନ୍ଦ ରହିବ ।

12266

କନକ ବ୍ୟୁରୋ: ରାଜଧାନୀର କିଛି ଅଞ୍ଚଳରେ ଦେଖାଦେଇପାରେ ଜଳ ସଙ୍କଟ । ୧୮ ତାରିଖ ଅପରାହ୍ନ ୨ଟାରୁ ୧୯ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜଳସଙ୍କଟର ସାମ୍ନା କରିପାରନ୍ତି ରାଜଧାନୀର କିଛି ଅଞ୍ଚଳର ବାସିନ୍ଦା । ମୁଖ୍ୟ ଜଳଯୋଗାଣ ପାଇପ ମରାମତି ପାଇଁ ମୁଣ୍ଡଳିରୁ ଜଳଯୋଗାଣ ବନ୍ଦ ରହିବ । ତେଣୁ ଭୁବନେଶ୍ୱରର କିଛି ଅଞ୍ଚଳରେ ଜଳ ଯୋଗାଣ ବ୍ୟାହତ ରହିବ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ୱାଟକୋ। ତେଣୁ ଆଗୁଆ ଜଳ ସଞ୍ଚିତ କରି ରଖିବାକୁ ପରାମର୍ଶ ଦେଇଛି ୱାଟକୋ । ନଜର ପକାନ୍ତୁ ଭୁବନେଶ୍ୱରର କେଉଁ କେଉଁ ଅଞ୍ଚଳ ବାସିନ୍ଦା ଜଳ ସମସ୍ୟାର ସାମ୍ନା କରିବେ।

- ପାଇପ ମରାମତି ପାଇଁ ମୁଣ୍ଡଳିରୁ ଜଳଯୋଗାଣ ବନ୍ଦ ରହିବ
- ୧୮ ତାରିଖ ଅପରାହ୍ନ ୨ଟାରୁ ୧୯ ତାରିଖ ୨ଟା ପର୍ଯ୍ୟନ୍ତ ଜଳଯୋଗାଣ ବ୍ୟାହତ
- ଘାଟିକିଆ ଅଞ୍ଚଳର, କଳିଙ୍ଗ ନଗର, ପାତ୍ରପଡ଼ା, ଭରତପୁର, ଶାମପୁର, ଘାଟିକିଆ, ଖଣ୍ଡଗିରିବାରି, ଖଣ୍ଡଗିରିବିହାର, କୋଳଥୁଆ, ଆଇଗିଣିଆ, ବରମୁଣ୍ଡା, ଜଗନ୍ନାଥ ବିହାର, ରେଣ୍ଟାଲ କଲୋନୀ, ସି.ଆର.ପି.ଏଫ ଅଞ୍ଚଳ, ଏକାମ୍ରଭିଲ୍ଲା, ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳ , ତପୋବନ ଅଞ୍ଚଳ, ଏମ୍ସ ନଗର, ଏମ୍ସ ହସ୍ପିଟାଲ
- ପୋଖରିପୁଟ ଅଞ୍ଚଳର ଯଦୁପୁର, ଡୁମୁଡୁମା ଗାଁ, ଡୁମୁଡୁମା ହାଉସିଂବୋର୍ଡ଼ କଲୋନୀ, ଜାଗମରା, ଜଗମୋହନ ନଗର, ଧର୍ମ ବିହାର, ଗଣ୍ଡମୁଣ୍ଡା, ଭକ୍ତମଧୁନଗର, ଅନନ୍ତ ବିହାର, ଲିଙ୍ଗରାଜ ବିହାର, କାରଗିଲ୍ ବସ୍ତ୍ର, କପିଳପ୍ରସାଦ ଗାଁ, କପିଳପ୍ରସାଦ ବିଡ଼ିଏ କଲୋନୀ, ସୁନ୍ଦରପଦା, ବରମୁଣ୍ଡା ଗାଁ ,କ୍ରିସ୍‌ ଗାର୍ଡେନ୍, ମଲ୍ଲିକ କମ୍ପ୍ଲେକ୍ସ, ସିଦ୍ଧବିହାର, ସୌଭାଗ୍ୟ ନଗର, ଶତାବ୍ଦୀ ନଗର  ଜଳଯୋଗାଣା ବ୍ୟାହତ
- ହାଇ ଲେଭେଲ ଟ୍ୟାଙ୍କର  ଏରୋଡ୍ରମ ଏରିଆ, ଭିମପୁର, ପଳାସପଲ୍ଲୀ, ଫରେଷ୍ଟ ପାର୍କ, ଶିରିପୁର, ଗଙ୍ଗନଗର, ୟୁନିଟ୍ ୧ ଠାରୁ ୮ (ଆଂଶିକ) ପ୍ରଭାବିତ ହେବ
- ନୟାପଲ୍ଲୀ ଅଞ୍ଚଳର  ଆଇ.ଆର.ସି ଭିଲେଜ ଏନ - ୧ ଠାରୁ ଏନ - ୬ ପର୍ୟ୍ୟନ୍ତ, ନୟାପଲ୍ଲୀ ଗାଁ, କବାରୀ ବସ୍ତି, ଗଡ଼ସାହି ବସ୍ତି, ନୀଳକଣ୍ଠ ନଗର, ବାଲିତୋଟା ସାହି, ଆନନ୍ଦ ବିହାର, ସିତାପୁର ବସ୍ତି, ଶାସ୍ତ୍ରୀ ନଗର ଅଞ୍ଚଳରେ ଜଳଯୋଗାଣ ବ୍ୟାହତ
- ଚନ୍ଦ୍ରଶେଖରପୁର ଅଞ୍ଚଳର ନିଳାଦ୍ରୀବିହାର, ସାଲିଆ ସାହି, ମୈତ୍ରୀ ବିହାରରେ ମଧ୍ୟ ଜଳ ଯୋଗାଣ ପ୍ରଭାବିତ ହେବ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe