କନକ ବ୍ୟୁରୋ : ସେପଟେ ବଜେଟକୁ ନେଇ ବିରୋଧୀ ରଖିଛନ୍ତି ଭିନ୍ନ ଭିନ୍ନ ମତ । କଂଗ୍ରେସ ନେତା ତଥା ବିରୋଧି ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ବୁଲେଟ ମାଡର ଚିକିତ୍ସା ବ୍ୟାଣ୍ଡଏଡ୍ ଲଗାଇ କରିବା ଭଳି ହୋଇଛି ଚଳିତ ବଜେଟ୍ । ସରକାର ଦେବାଳିଆ ହୋଇସାରିଲେଣି । ସେହିପରି କଂଗ୍ରେସ କହିଛି, ଏହି ବଜେଟରେ ବିହାରକୁ ଅଧିକ ଗୁରୁତ୍ବ ଦିଆଯାଇଛି ହେଲ ଆନ୍ଧ୍ରକୁ ଅବହେଳା କରାଯାଇଛି । ସେହିପରି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ମହାକୁମ୍ଭରେ ଅବ୍ୟବସ୍ଥା ଦେଖାଦେଇଛି । ଏଥିପାଇଁ ବଜେଟରେ ୧୦ ହଜାର କୋଟି ଟଙ୍କାର  ଘୋଷଣା କରିବା କଥା ହେଲେ ତାହା ହୋଇନାହିଁ । ସେହିପରି ଟିଏମସି ସାଂସଦ ଶତୃଘ୍ନ ସିନ୍ହା କହିଛନ୍ତି, ବଜେଟରେ ବିହାରକୁ ଅର୍ଥର ବର୍ଷା କରାଯାଇଛି । କେବଳ ଭୋଟ୍ ପାଇଁ ବିହାରକୁ ଦିଆଯାଇଛି ନିର୍ବାଚନୀ ବଜେଟ୍ । ସେପଟେ ତାମିଲନାଡୁର ଡିଏମକେ ସାଂସଦ ଦୟାନିଧୀ ମାରନ କହିଛନ୍ତି ,ଭୋଟରଙ୍କୁ ପ୍ରୋଲଭିତ କରିବା ପାଇଁ ଆସିଛି ବଜେଟ୍ । ନିର୍ବାଚନ ଥିବା ରାଜ୍ୟ ଗୁଡିକୁ ଦିଆଯାଇଛି ଅଧିର ଗୁରୁତ୍ବ ।