କନକ ବ୍ୟୁରୋ : ସାମ୍ନାକୁ ଆସିଥିବା ନୋଟିସରେ ଏହା ସ୍ପଷ୍ଟ ଭାବେ ଲେଖା ହୋଇଛି ସମାନ ବ୍ଲଡଗ୍ରୁପର ରକ୍ତ ଆଣିଲେ ରକ୍ତ ମିଳିବ । ବ୍ଲଡବ୍ୟାଙ୍କରେ ରକ୍ତ ନାହିଁ । ସମ୍ୱଲପୁର ବଡ଼ ମେଡିକାଲରେ ରକ୍ତ ଅଭାବ । କେବଳ ଥାଲାସେମିଆ ରୋଗୀଙ୍କ ଲାଗି କିଛି ରକ୍ତ ରଖାଯାଇଛି । ଗୁରୁତର ରୋଗୀଙ୍କ ପାଇଁ ରକ୍ତ ନାହିଁ । ରକ୍ତ ବଦଳରେ ରକ୍ତ ଦେବାକୁ ପଡୁଛି । ବ୍ଲଡବ୍ୟାଙ୍କ ଆଗରେ ଲମ୍ବାଧାଡ଼ି । ପଶ୍ଚିମ ଓଡ଼ିଶା ସମେତ, ପଡ଼ୋଶୀ ଛତିଶଗଡ଼ ଓ ଝାରଖଣ୍ଡରୁ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି । ହେଲେ ରକ୍ତଭଣ୍ଡାରରେ କୌଣସି ବର୍ଗର ରକ୍ତ ଉପଲବ୍ଧ ନଥିବାରୁ ଅସନ୍ତୋଷ ଝାଡ଼ିଛନ୍ତି, ରୋଗୀଙ୍କ ସଂପର୍କୀୟ । 

Advertisment

ରକ୍ତ ଶୂନ୍ୟ ଭୀମସାର୍‌
ହସ୍ପିଟାଲ୍‌ରେ ନାହିଁ ଗୋଟିଏ ବି ୟୁନିଟ୍‌ ରକ୍ତ
ରକ୍ତଭଣ୍ଡାରରେ ୧୨ଶହ ୟୁନିଟ୍‌ରୁ ଅଧିକ ରକ୍ତ ସଂରକ୍ଷିତ ହୋଇପାରିବ, ଦୈନିକ ରୋଗୀଙ୍କ ପାଇଁ ୧୧୦ ୟୁନିଟ୍ ରକ୍ତ ଆବଶ୍ୟକ ପଡ଼ିଥାଏ । କିନ୍ତୁ ଏବେ ରକ୍ତ ଭଣ୍ଡାରରେ ଗୋଟିଏ ୟୁନିଟ୍ ରକ୍ତ ଉପଲବ୍ଧ ନାହିଁ । କିଛିଦିନ ପୂର୍ବରୁ ଠିକ୍‌ ଏହିଭଳି ସ୍ଥିତି ଉପୁଜିଥିଲା । ଏଠି ପ୍ରଶ୍ନ ଉଠୁଛି ହଠାତ୍‌ ଜଣେ ଗୁରୁତର ରୋଗୀ ଆସିଲେ କଣ ହେବ? ଯଦି ଅପରେସନ ହୁଏ ତାହାଲେ ସାଙ୍ଗେ ସାଙ୍ଗେ କେମିତି ରକ୍ତ ଯୋଗାଡ଼ ହେବ? ଏତେ ବଡ଼ ଡାକ୍ତରଖାନରେ କାହିଁକି ଦେଖାଦେଉଛି ରକ୍ତ ସଂକଟ? ରକ୍ତଭଣ୍ଡାର ମୂଖ୍ୟଙ୍କ କହିବା କଥା ସମ୍ବଲପୁରରେ ରକ୍ତଦାନ ଶିବିର ଆୟୋଜନ ହେଉନଥିବାରୁ, ଏପରି ସମସ୍ୟା ଉପୁଜିଛି ।