କନକ ବ୍ୟୁରୋ : କଟକ ଭୁଆସୁଣୀ ମନ୍ଦିରକୁ ଯିବାକୁ ଭରସା କଂକ୍ରିଟ୍ ଖୁଣ୍ଟ । କାର୍ତ୍ତିକ ମାସରେ ମାଆଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିବା ବେଳେ ଯାତାୟାତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥାୟୀ ପୋଲ କେବେ ହେବ କାହା ପାଖେ ଉତ୍ତର ନାହିଁ । କଟକ ସହରର ଏକ ନମ୍ବର ୱାର୍ଡରେ ଥିବା ମାଆ ଭୁଆସୁଣୀ ପୀଠକୁ ହୋଇଛି ରାସ୍ତା । ନଦୀ ପଠାରେ ଥିବା ମନ୍ଦିର ଯିବାକୁ ହେଲେ ସେଠାରେ ପଡ଼ିଥିବା ବିଦ୍ୟୁତ୍ ଖୁଣ୍ଟ ହିଁ ସାଜିଛି ଲୋକଙ୍କ ସାହା ଭରସା ।
ଏବେ କାର୍ତ୍ତିକ ମାସ ଚାଲିଥିବାରୁ ପୀଠକୁ ଦୈନିକ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ମାତ୍ର ମାଆଙ୍କ ପାଖକୁ ଯିବାକୁ ଏମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଭକ୍ତ । ମାଆଙ୍କ ମନ୍ଦିରକୁ ଯିବା ପାଇଁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା । ବର୍ଷା ଯୋଗୁଁ ରାସ୍ତା ଅଧାରୁ ଭାଙ୍ଗି ଯାଇଥିବାବେଳେ ସେଠାରେ ଏକ ବିଦ୍ୟୁତ୍ ଖୁଣ୍ଟ ପକାଯାଇଛି । ଆଉ ବାଉଁଶକୁ ଆଶ୍ରା କରି ବିଦ୍ୟୁତ୍ ଖୁଣ୍ଟ ଉପର ଦେଇ ମାଆଙ୍କ ପୀଠକୁ ଯା ଆସ କରୁଛନ୍ତି ଲୋକେ । ବାରମ୍ବାର ଅଭିଯୋଗ କଲେ ବି ସମସ୍ୟାର ସମାଧାନ ହେଉନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/12/cuttack-2025-10-12-18-35-47.png)