ବାର୍ଡ ଫ୍ଲୁ ଅଞ୍ଚଳକୁ ବାଦ୍ ଦେଲେ ଅନ୍ୟ ଅଞ୍ଚଳରେ କୁକୁଡା ଖାଇବାରେ ପ୍ରତିବନ୍ଧକ ନାହିଁ । ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ବଡ ବୟାନ

ପିପିଲିରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଚିନ୍ତା ବଢିବାରେ ଲାଗିଛି । ଶହ କୁକୁଡାକୁ ମାରି ପୋତିଦିଆଯାଉଛି । ଆଉ ଏହାରି ଭିତରେ ବଡ ବୟାନ ରଖିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । 

gokula

କନକ ବ୍ୟୁରୋ : ପିପିଲିରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଚିନ୍ତା ବଢିବାରେ ଲାଗିଛି । ଶହ କୁକୁଡାକୁ ମାରି ପୋତିଦିଆଯାଉଛି । ଆଉ ଏହାରି ଭିତରେ ବଡ ବୟାନ ରଖିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । 

ମନ୍ତ୍ରୀ କହିଛନ୍ତି,  ପୁରୀ ଜିଲ୍ଲାର କେବଳ ଦୁଇ ବ୍ଲକରେ ବାର୍ଡ଼ ଫ୍ଲୁ ଆତଙ୍କ ରହିଛି । ପିପିଲି ଓ ସାକ୍ଷୀଗୋପାଳରୁ ନମୁନା ଭୋପାଳ ପଠାଯାଇଥିଲା ଏବଂ ରିପୋର୍ଟ ପଜିଟିଭ ଆସିଛି । ଏପର୍ୟ୍ୟନ୍ତ ୩୦ ହଜାର କୁକୁଡ଼ାଙ୍କୁ କଲିଂ କରଯାଇ, ସାନିଟାଈଜ କରାଯିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ବାର୍ଡ ଫ୍ଲୁ ପଜିଟିଭ ଥିବା ଅଞ୍ଚଳକୁ ବାଦ ଦେଲେ ଅନ୍ୟ ଅଞ୍ଚଳରେ କୁକୁଡ଼ା ଖାଇବାକୁ ପ୍ରତିବନ୍ଧକ ନାହିଁ ।

ଚାଷୀମାନଙ୍କ କ୍ଷତି ପୂରଣ ବାବଦରେ ଛୋଟ କୁକୁଡ଼ାକୁ ୨୦ ଟଙ୍କା ବଡ଼ କୁକୁଡ଼ାକୁ ୭୦ ଟଙ୍କା ଦେବାକୁ ଯୋଜନା କରୁଛି ବିଭାଗ । ଆଗକୁ ବାର୍ଡ଼ ଫ୍ଲୁ ନବ୍ୟାପିବା ସହ ସତର୍କତା ମୂଳକ ପଦକ୍ଷେପ ନେବା ପାଇଁ ବିଭାଗକୁ ନିର୍ଦେଶ ଦିଆଯାଇଛି । ଏହା ସହିତ ବାର୍ଡ଼ ଫ୍ଲୁ ପଜିଟିଭ ହୋଇଥିବା ଅଞ୍ଚଳରେ, କୁକୁଡ଼ା ନେବା ଆଣିବା, ବ୍ୟବହାର ହେଉଥିବା ଗାଡି ଓ କୁକୁଡ଼ା ଖାଦ୍ୟ ଉପରେ ପ୍ରତିବନ୍ଧକ ଲଗାଇଛି ବିଭାଗ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe