କନକ ବ୍ୟୁରୋ : ୪ କିମି ରାସ୍ତା ପାଇଁ ୨୧ କିମି ବାଟ ବୁଲିକି ଯିବାକୁ ପଡ଼ୁଛି । ଜ୍ବରରୋଗ ହେଲେ ଏଠାରେ ଭାରାରେ ବୁହାହୁଅନ୍ତି ରୋଗୀ । ନିର୍ବାଚନ ପରେ ନିର୍ବାଚନ ହେଉଛି । ନେତା ବି ବଦଳୁଛନ୍ତି ହେଲେ ବଦଳୁନି ଗାଁର ଚିତ୍ର । ରାସ୍ତାଟିଏ ନଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଳା ଦଶମନ୍ତପୁର ବ୍ଳକ ଚଣାବାଡ଼ ପଚାଂୟତର । କଦମଝୋଲା, ପିପଲପୁଟ, ଲଦନ କୋଡ଼କ ଓ ଦଣ୍ଡାବାଡ଼ ଲୋକଙ୍କ ପାଇଁ ପକ୍କା ରାସ୍ତାଟିଏ ସାତ ସପନ ପାଲଟିଛି । ବର୍ଷା ଦିନ ଆସିଲେ ଏହି ରାସ୍ତାର ଅବସ୍ଥା ନକହିବା ଭଲ ।
ପରିବର୍ତ୍ତନଶୀଳ ଦୁନିଆରେ ସବୁକିଛି ପରିବର୍ତ୍ତନ ହେଉଛି ହେଲେ ଏହି ଗାଁର ଅବସ୍ଥା ଆଗରୁ ଯେମିତି ଥିଲା ଏବେ ବି ସେମିତି ଅଛି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସମସ୍ୟାରୁ ଅନେକ ଦୂରରେ ଏହି ଗାଁର ବାସିନ୍ଦା । ସ୍ଥିତି ଏମିତି ହୋଇଛି ପିଲାମାନଙ୍କ ପାଠପଢ଼ାରେ ମଧ୍ୟ ଏହି ରାସ୍ତା ବାଧକ ସାଜିଛି । ରାସ୍ତ ନଥିବା ପାଠପଢ଼ିବାକୁ ଯାଇପାରୁନାହାନ୍ତି ଛାତ୍ରଛାତ୍ରୀ ।
ପ୍ରଶାସନ ପକ୍ଷରୁ ତୁରନ୍ତ ଗାଁକୁ ପକ୍କା ରାସ୍ତାର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।