ସୁନା ରୁପା ଦରରେ ନାହିଁ ଲଗାମ : ସୁନା କିଣିବା ପୂର୍ବରୁ ଜାଣିରଖନ୍ତୁ ବଜାର ଦର

Advertisment

୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୦୫୦ ଟଙ୍କା ବୃଦ୍ଧି ପାଇ ୮୩,୪୦୦ ଟଙ୍କା ହୋଇଛି  ।

୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୦୫୦ ଟଙ୍କା ବୃଦ୍ଧି ପାଇ ୮୩,୪୦୦ ଟଙ୍କା ହୋଇଛି  ।

gold57

Photograph: (KanakNews )

କନକବ୍ୟୁରୋ : ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୁପାର ନୂଆ ଦର । ପ୍ରତିଦିନ ସୁନା ଓ ରୁପା ଦର ନିର୍ଦ୍ଧାରଣ କରାଯାଇଥାଏ  ।  କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ  ।  ଏବେ  ଉଭୟ ସୁନା ଓ ରୁପା ମହଙ୍ଗା ହୋଇଛି  । ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧୦୫୦ ଟଙ୍କା ବୃଦ୍ଧି ପାଇ ୮୩,୪୦୦ ଟଙ୍କା ହୋଇଛି  ।

ସେହିପରି, ୨୪ କ୍ୟାରେଟ୍ ସୁନା ଦାମ୍ ୧୧୪୦ ଟଙ୍କା ବୃଦ୍ଧି ପାଇ ୯୦,୯୮୦ ଟଙ୍କା ହୋଇଛି । କେବଳ ଭୁବନେଶ୍ବର ନୁହେଁ, ସର୍ବଭାରତୀୟ ସ୍ତରରେ ଆଜି ସୁନା ମହଙ୍ଗା ହୋଇଛି । ସୁନା ଭଳି ରୁପା ଦାମ୍ ମଧ୍ୟ ବଢ଼ିବାରେ ଲାଗିଛି  ।  ରୁପାର କିଲୋପିଛା ଦାମ୍ ୩୦୦୦ ଟଙ୍କା ବୃଦ୍ଧି ପାଇ ୧,୧୪,୦୦୦ ଟଙ୍କା ହୋଇଛି। ଗତ ତିନି ଦିନ ଭିତରେ ରୁପା ୪୦୦୦ ଟଙ୍କା ମହଙ୍ଗା ହୋଇଛି ।  ଏହା ପୂର୍ବରୁ ଚଳିତ ମାସ ୧୯ରେ ରୁପା ୧,୧୪,୦୦୦ ଟଙ୍କା ସ୍ତରରେ ଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe