ଓଡିଶାରେ ଇଞ୍ଜିନିୟରିଂ ପଢିଲେ ଚାକିରି ନାହିଁ ; ଓଡିଶାରେ ବୈଷୟିକ ଶିକ୍ଷାର ବିକଳ ଚିତ୍ର

ରାଜ୍ୟରେ ଇଞ୍ଜିନିୟରିଂ ପାଠର ବିକଳ ଚିତ୍ର । ରାଜ୍ୟରେ ପିଲା ଇଞ୍ଜିନିୟରିଂ ପାଠ ପଢୁଛନ୍ତି ହେଲେ ଚାକିରି ନାହିଁ । ମନ୍ତ୍ରୀଙ୍କ ଲିଖିତ ତଥ୍ୟ ।

engineering course crisis

engineering course crisis Photograph: (kanaknews)

କନକ ବ୍ୟୁରୋ: ରାଜ୍ୟରେ ଇଞ୍ଜିନିୟରିଂ ପାଠର ବିକଳ ଚିତ୍ର । ରାଜ୍ୟରେ ପିଲା ଇଞ୍ଜିନିୟରିଂ ପାଠ ପଢୁଛନ୍ତି ହେଲେ ଚାକିରି ନାହିଁ । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ୧୦ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ ଡିଗ୍ରୀ ପଢି ପାସ୍ ହୋଇଛନ୍ତି ୩୪ ହଜାର ୪୭୧ ପିଲା । ହେଲେ ସେମାନଙ୍କ ମଧ୍ୟରୁ ଚାକିରି ପାଇଛନ୍ତି ମାତ୍ର ୧୫ ହଜାର ୨୮୯ ଜଣ ।

ବିଧାୟକ ପବିତ୍ର ସାଉଁଟା ପ୍ରଶ୍ନରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ ରଖିଛନ୍ତି ଲିଖିତ ଉତ୍ତର। ତଥ୍ୟ ଅନୁସାରେ , ଡିଗ୍ରୀକୁ ଛାଡି ଡିପ୍ଲୋମାରେ ସ୍ଥିତି ଆହୁରି ସାଂଘାତିକ । ୧୦ ବର୍ଷ ମଧ୍ୟରେ ଡିପ୍ଲୋମା ପଢି ପାସ କରିଛନ୍ତି ୫୪ ହଜାର ୧୮୯ ଜଣ ପିଲା । ଚାକିରି ପାଇଛନ୍ତି ମାତ୍ର ୨୦ ହଜାର ୯୬ ଜଣ । ବର୍ତ୍ତମାନ ରାଜ୍ୟରେ ୩୪ ହଜାର ୫୧ ଜଣ ଡିପ୍ଲୋମା ପଢି ବେକାର ବସିଛନ୍ତି । ଏହା ରାଜ୍ୟରେ ବୈଷୟିକ ଶିକ୍ଷାର ଅବ୍ୟବସ୍ଥାକୁ ସ୍ପଷ୍ଟ କରୁଛି ବୋଲି କହିଛନ୍ତି ମନ୍ତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe