କନକ ବ୍ୟୁରୋ :  ନଦୀ ମଝିରେ ଗାଁ । ଟାରିଆଡ଼େ ପାଣି, ମଝିରେ ଜୀବନ । ଗମନାଗମନ ମାଧ୍ୟମ ବିଜୁ ସେତୁ । କିନ୍ତୁ ଅନେକ ମୌଳିକ ସୁବିଧା ଏଠି ଅପହଞ୍ଚ । ୧୦ କିମି ଦୂରରେ ମିଳୁଛି ସ୍ୱାସ୍ଥ୍ୟସେବା । ଦେବୀ ନଦୀ ମଝିରେ ରହିଛି ପୁରୀ ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ । ୬ ହଜାରରୁ ଅଧିକ ଲୋକ ବସବାସ କରନ୍ତି । ହେଲେ ଟାପୁରେ ସ୍ଥାୟୀ ଡାକ୍ତରଖାନାଟିଏ ନାହିଁ । ତେଣୁ ସାମନ୍ୟ ଅସୁସ୍ଥ ହେଲେ ଅସ୍ତରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଭରସା।

Advertisment

 କିଛି ଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଳଦା ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲାଯାଇଛି । ଜଣେ ଷ୍ଟାଫ ନର୍ସଙ୍କୁ ନିଯୁକ୍ତି ମିଳିଛି । କିନ୍ତୁ ସ୍ଥାୟୀ ଘର ନଥିବାରୁ ସେ କେଉଁଠି ସେବା ଯୋଗାଇବେ ତାହା ସ୍ଥିର ହୋଇପାରୁନି । ସେପଟେ ପଞ୍ଚାୟତରେ ଏଏନଏମ ସେଣ୍ଟର ନଥିବାରୁ ଅସୁରକ୍ଷିତ ଅଙ୍ଗନୱାଡି କେନ୍ଦ୍ରରେ କାର୍ୟ୍ୟ କରୁଛନ୍ତି ଏଏନଏମ୍ କର୍ମଚାରୀ ।

୬ ହଜାରରୁ ଉର୍ଦ୍ଧ ଲୋକେ ରହୁଥିଲେ ମଧ୍ୟ ଡାକ୍ତରଖାନାଟିଏ ନାହିଁ ଓ ସ୍ବାସ୍ଥ୍ୟସେବା ପାଇଁ ତାଳଦା ବାସିନ୍ଦା ବର୍ଷବର୍ଷ ଧରି କଷ୍ଟ ଭୋଗୁଛନ୍ତି । ଅନେକ ଲୋକ ଅସ୍ତରଙ୍ଗ ଯାଇ ନପାରି ବର୍ଷବର୍ଷ ଧରି ହୋମିଓପ୍ୟାଥି ଚିକିତ୍ସା ଉପରେ ନିର୍ଭର କରୁଛନ୍ତି ।