ସଡ଼କ ନିର୍ମାଣରେ ନିମ୍ନମାନର କାର୍ଯ୍ୟ । ସରକାରୀ ଟଙ୍କା ହଡ଼ପ ଅଭିଯୋଗ ।

Advertisment

ଯୋଡ଼ା ଖଣି ଅଞ୍ଚଳରୁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ପାଉଥିବା ବେଳେ ସଂପୃକ୍ତ ଅଞ୍ଚଳରେ ଜଳ ପ୍ରପାତକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ପରେ ବଡ଼କାଳି ମାଟି ଠାରୁ ହାଣ୍ଡିଭଙ୍ଗା ଜଳ ପ୍ରପାତକୁ ରାସ୍ତା ନିର୍ମାଣ କରାଗଲା

ଯୋଡ଼ା ଖଣି ଅଞ୍ଚଳରୁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ପାଉଥିବା ବେଳେ ସଂପୃକ୍ତ ଅଞ୍ଚଳରେ ଜଳ ପ୍ରପାତକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ପରେ ବଡ଼କାଳି ମାଟି ଠାରୁ ହାଣ୍ଡିଭଙ୍ଗା ଜଳ ପ୍ରପାତକୁ ରାସ୍ତା ନିର୍ମାଣ କରାଗଲା

sadak nirman

କନକ ବ୍ୟୁରୋ: ଯୋଡ଼ା ଖଣି ଅଞ୍ଚଳରୁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ପାଉଥିବା ବେଳେ ସଂପୃକ୍ତ ଅଞ୍ଚଳରେ ଜଳ ପ୍ରପାତକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ସ୍ଥାନୀୟ ଲୋକଙ୍କ ବାରମ୍ବାର ଦାବି ପରେ ବଡ଼କାଳି ମାଟି ଠାରୁ ହାଣ୍ଡିଭଙ୍ଗା ଜଳ ପ୍ରପାତକୁ ରାସ୍ତା ନିର୍ମାଣ କରାଗଲା। ୨୦୨୧ରୁ ଆରମ୍ଭ ହୋଇଥିବା ରାସ୍ତାକାମ ଏଯାଏଁ ସରିନାହିଁ। ୨୦୨୨ରୁ ଅବଧି ସରିଲାଣି କିନ୍ତୁ ରାସ୍ତା କାମ ସରୁନାହିଁ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅତି ନିମ୍ନମାନର କାମ କରାଯାଉଥିବା ଅଭିଯୋଗ ହୋଇଛି ।

ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଅବଧିର ଦୁଇ ବର୍ଷ ପରେ ବି ରାସ୍ତା କାର୍ଯ୍ୟ ସମ୍ପୂର୍ଣ ହୋଇପାରୁନାହିଁ। ଠିକା ସଂସ୍ଥା ପକ୍ଷରୁ ଯେତିକି କାମ ହୋଇଛି, ସେଥିରୁ ପିଚୁ ଉଠିଗଲାଣି। ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ହେଉଥିବା ପୋଲ କାର୍ଯ୍ୟ ଅଧପନ୍ତରିଆ ହୋଇପଡ଼ିଛି। ଫଳରେ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ଜଳପ୍ରପାତକୁ ଆସୁଥିବା ପର୍ଯ୍ୟଟକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଖରାପ ରାସ୍ତା ଯୋଗୁଁ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି। ଆଗାମୀ ଦିନରେ ତୁରନ୍ତ ରାସ୍ତା କାମ ନ କରାଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe