ରାଜ୍ୟରେ ସାର ସଙ୍କଟ ନାହିଁ, ଆବଶ୍ୟକୀୟ ସାର ମହଜୁଦ ଥିବା କହିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ

Advertisment

୫୮ଟି ଜାଗାରେ ହୋଇଛି ଚଢ଼ଉ-- ଗତବର୍ଷ ଅପେକ୍ଷା ଚଳିତ ବର୍ଷ ରହିଛି ଅଧିକ ଡିମାଣ୍ଡ

୫୮ଟି ଜାଗାରେ ହୋଇଛି ଚଢ଼ଉ-- ଗତବର୍ଷ ଅପେକ୍ଷା ଚଳିତ ବର୍ଷ ରହିଛି ଅଧିକ ଡିମାଣ୍ଡ

‘ରାଜ୍ୟରେ ନାହିଁ ସାର ସଙ୍କଟ’

‘ରାଜ୍ୟରେ ନାହିଁ ସାର ସଙ୍କଟ’ Photograph: (KanakNews)

କନକ ବ୍ୟୁରୋ:  ରାଜ୍ୟରେ ସାର ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ରାଜ୍ୟରେ ବିଭିନ୍ନ ସ୍ଥାନରେ ୟୁରିଆ ସାରର ଅଭାବ  ଦେଖିବାକୁ ମିଳିଛି । କିଛି ଜିଲ୍ଲା ପ୍ୟାକ୍ସ ଓ ଲାମ୍ପସରେ ସାର କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି ସବୁ ଜିଲ୍ଲାକୁ ସମବାୟ ବିଭାଗ ଚିଠି କରିଥିଲା ।  କଳାବଜାରୀ ରୋକିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲା ବିଭାଗ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝି ସାର ସଙ୍କଟର ସମୀକ୍ଷା କରିଛନ୍ତି ।

ବୈଠକ ପରେ ଉପମୁଖ୍ରମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ରାଜ୍ୟରେ ସାର ସଙ୍କଟ ନାହିଁ । ଆବଶ୍ୟକୀୟ ସାର ମହଜୁଦ ଅଛି ।  ଯେଉଁମାନେ କଳାବଜାରୀ କରୁଛନ୍ତି ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । 58 ଟି ଜାଗାରେ ଚଢ଼ାଉ ହୋଇଛି । ଆଉ ମାତ୍ର 8 ରୁ 9 ଦିନ ଆବଶ୍ୟକ । ଗତ ବର୍ଷ ଅପେକ୍ଷା ଏଥର ଅଧିକ ସାରର ଡିମାଣ୍ଡ ରହିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।     

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe