କନକ ବ୍ୟୁରୋ: ରାଜ୍ୟରେ ସାର ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ରାଜ୍ୟରେ ବିଭିନ୍ନ ସ୍ଥାନରେ ୟୁରିଆ ସାରର ଅଭାବ ଦେଖିବାକୁ ମିଳିଛି । କିଛି ଜିଲ୍ଲା ପ୍ୟାକ୍ସ ଓ ଲାମ୍ପସରେ ସାର କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି ସବୁ ଜିଲ୍ଲାକୁ ସମବାୟ ବିଭାଗ ଚିଠି କରିଥିଲା । କଳାବଜାରୀ ରୋକିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲା ବିଭାଗ । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝି ସାର ସଙ୍କଟର ସମୀକ୍ଷା କରିଛନ୍ତି ।
ବୈଠକ ପରେ ଉପମୁଖ୍ରମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ରାଜ୍ୟରେ ସାର ସଙ୍କଟ ନାହିଁ । ଆବଶ୍ୟକୀୟ ସାର ମହଜୁଦ ଅଛି । ଯେଉଁମାନେ କଳାବଜାରୀ କରୁଛନ୍ତି ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । 58 ଟି ଜାଗାରେ ଚଢ଼ାଉ ହୋଇଛି । ଆଉ ମାତ୍ର 8 ରୁ 9 ଦିନ ଆବଶ୍ୟକ । ଗତ ବର୍ଷ ଅପେକ୍ଷା ଏଥର ଅଧିକ ସାରର ଡିମାଣ୍ଡ ରହିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/11/fertilizer-2025-09-11-16-48-46.jpg)